oom

୬୯ତମ ବନ୍ୟ ପ୍ରାଣୀ ମହୋତ୍ସବ ଚିତ୍ରାଙ୍କନ ପ୍ରତିଯୋଗିତା

jsmm

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜର ଜଣେ ଛାତ୍ରୀ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କନିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ଅଗଷ୍ଟ ମାସ ଦଶ ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତାର ଫଳାଫଳ ପ୍ରକାଶ ହେବା ସହିତ ଜୟଦେବ ଭବନ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମଦନପୁର ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବିଦ୍ୟାସ୍ମିତା ସାହୁ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପିସିସି ଏବଂ ଦେବିଦତ୍ତ ବିଶ୍ୱାଳ ମହୋଦୟଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାସ୍ମିତା ମ.ରାମପୁର କଲେଜ ପଡା ବାସିନ୍ଦା ଶିକ୍ଷକ ପ୍ରମୋଦ ସାହୁ ଓ ଶିକ୍ଷୟିତ୍ରୀ ପ୍ରବୀଣା ସାହୁଙ୍କ ଝିଅ ଅଟନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଞ୍ଜର ସ୍ତରରେ ୬୯ତମ ବନ୍ୟପ୍ରାଣୀ ମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ରେଞ୍ଜର ଅଧିକାରୀ ଅସିତ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟରେ କନିଷ୍ଠ ବିଭାଗର ବନ୍ୟପ୍ରାଣୀ ଏବଂ ବରିଷ୍ଠ ବିଭାଗର ଆମ ସଂସ୍କୃତିରେ ବନ୍ୟପ୍ରାଣୀ ବିଷୟରେ ପ୍ରତିଯୋଗିତା ହେଇଥିଲା । ଛାତ୍ରୀ ବିଦ୍ୟାସ୍ମିତାଙ୍କ ଏହି ସଫଳତା ପାଇଁ ରେଞ୍ଜର ଅଧିକାରୀ ଶ୍ରୀ ଦାଶଙ୍କ ସମେତ ଡେପୁଟି ରେଞ୍ଜର ଝୁନୁ ବାଳା ଦେଇ, ମ.ରାମପୁର ବନପାଳ ଦୀପକ ସା, ରତ୍ନାକର ଧରୁଆ, ଯଶୋବନ୍ତ ପାତ୍ର, ବନରକ୍ଷୀ ବାଳକୃଷ୍ଣ ଜାଲ, ରାଜଲକ୍ଷ୍ମୀ ପ୍ରଧାନ, ମଧୁସ୍ମିତା ଭୋଇ, ସତ୍ୟମ୍ ଧରୁଆ, ବନବାସ ଶବର, ଗୋପୀନାଥ ନାଏକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.