jayashree

ସୌର୍ଯ୍ୟ ଜାଗରଣ ଯାତ୍ରା ରଥର ଗଞ୍ଜାମ ଜିଲ୍ଲା ପରିକ୍ରମଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ଶାଖା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସଂଗଠିତ ସୌର୍ଯ୍ୟ ଜାଗରଣ ଯାତ୍ରା ରଥ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମଣ ହୋଇଛି । ଭାରତ ମାତାର ଜୟଗାନ ଦେଇ ଅଖଣ୍ଡ ଭାରତର ସୁରକ୍ଷା, ଶୃଙ୍ଖଳିତ ରାଷ୍ଟ୍ର ନିର୍ମାଣ ସାଂଗକୁ ହିନ୍ଦୁଧର୍ମର ମହତ୍ତ୍ୱ ଓ ମହିମାଗାନ କରି ହିନ୍ଦୁଧର୍ମକୁ ସୁଦୃଢ଼ୀକରଣ କରିବା ନିମିତ୍ତ ସମସ୍ତେ ଏକତ୍ରିକରଣ ହୋଇ ଐକ୍ୟବଦ୍ଧତାରେ ହିନ୍ଦୁଧର୍ମକୁ ସୁରକ୍ଷିତ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୌର୍ଯ୍ୟ ଜାଗରଣ ଯାତ୍ରା ରଥ ପରିକ୍ରମଣରେ ସାରା ଓଡ଼ିଶା ଭ୍ରମଣ କରିବା ନିମିତ୍ତ ବାହାରିଛି, ବୋଲି ଉଦ୍ୟକ୍ତାଗଣ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ସୌର୍ଯ୍ୟ ଜାଗରଣ ଯାତ୍ରାର ରଥ ବିଭିନ୍ନ ସ୍ଥାନରେ ପରିକ୍ରମଣ କରିଛି । ଖେମୁଣ୍ଡିଖୋଲ, ଦିଗପହଣ୍ଡି, ଶେରଗଡ଼, କୁକୁଡ଼ାଖଣ୍ଡି, ହରିଡ଼ାଖଣ୍ଡି ଛକ ପରିକ୍ରମଣ କରି ଶନିବାର ପୂର୍ବାହ୍ନରେ ଛତ୍ରପୁର ସହର ପରିକ୍ରମଣ ବେଳେ ଭଜନ କୀର୍ତ୍ତନ ସହ ଭକ୍ତିଭାବାବେଗ ସମସ୍ତଙ୍କୁ ଆଲ୍ହାଦିତ କରିଥିଲା । ଛତ୍ରପୁରର ଗୋଷ୍ଠୀ ଶୋଭାଯାତ୍ରା ମେଳାରେ ଆର୍ଜିପଲ୍ଲୀ, ଘଡଘଡାପଲ୍ଲୀ, କରାତଳି ଆଦି ଆଖପାଖ ଅଞ୍ଚଳର ବହୁ ଭକ୍ତଜନଙ୍କ ସମାଗମ ହୋଇଥିଲା । ଛତ୍ରପୁରର ସଂଯୋଜକ ରାମକୃଷ୍ଣ ରେଡ୍ଡୀ, ସହ-ସଂଯୋଜକ ତୁଷାର ଶତପଥୀ, ସୁରକ୍ଷା ପ୍ରମୁଖ ଚନ୍ଦନ ସେନାପତି, ବିଦ୍ୟାର୍ଥୀ ପ୍ରମୁଖ ପପୁନ ଚନ୍ଦ୍ର ଶତପଥୀ, ଦୁର୍ଗା ପ୍ରସାଦ ମାର୍ଥାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା, ଭକ୍ତ ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ପରେ ଗଞ୍ଜାମ ସହର, ହୁମ୍ମା, ରମ୍ଭା ଦେଇ ଖଲ୍ଲିକୋଟ ସହର ପରିକ୍ରମଣ କରିଥିବା ବେଳେ ସମସ୍ତ ହିନ୍ଦୁମାନଙ୍କ ମନରେ ଅନେକ ପ୍ରେରଣା ଜାଗୃତ କରିଥିଲା ।

Leave A Reply

Your email address will not be published.