csstore

ଓଷ୍ଟା ପକ୍ଷରୁ ଉପଖଣ୍ଡସ୍ତରୀୟ ଜରୁରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶିକ୍ଷକ ଭବନଠାରେ ଜିଲ୍ଲା ଓଷ୍ଟା ସଭାପତି ଅବନୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଓଷ୍ଟା ଡାକରାରେ ସେପ୍ଟେମ୍ବର ୩୦ ତାରିଖର ମହା ସମାବେଶରେ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ପ୍ରାକ୍ତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସୁଧାଂଶୁ ବାବୁ ପ୍ରାକ୍ତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଆଦି ଉପସ୍ଥିତ ରହି ସମସ୍ତ ବ୍ଲକ ସଂପାଦକ ଓ ସଭାପତିମାନଙ୍କୁ ଆଭାଷି ବୈଠକ କରି ସମସ୍ତ ବିଦ୍ୟାଳୟରୁ କିପରି ସମସ୍ତେ ଯୋଦାନ କରିବେ ସବାରେ ଶଙ୍କର ପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରେମ ରାଜ ପଧାନ, ସାରଥି ସାହୁ, ଅମୂଲ୍ୟ ବେହେରା, ରୁଦ୍ର ହେର୍ଣ୍ଣା, ସଞ୍ଜୟ ତ୍ରିପାଠୀ, ଦିଲିପ ପଧାନ, ସୁରେଶ ଷଡଙ୍ଗୀ, କୃଷ୍ଣଚନ୍ଦ୍ର ମିଶ୍ର, ବୈକୁଣ୍ଠ ଜେନା, ମନୋଜ ମିଶ୍ର, ସରୋଜ ସାହୁ, ଶଶାଙ୍କ ସାହୁ, ଜୟ କୁମାର ସାହୁ, ତାରାକାନ୍ତ ମିଶ୍ର ପ୍ରଭୃତି ରହି ନିଜସ୍ୱ ମତ ଦେଇ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସମସ୍ତେ ଭୁବନେଶ୍ୱର ଯାଇ ଆନ୍ଦୋଳନରେ ଯୋଗ ଦେବା ପାଇଁ ମତବ୍ୟକ୍ତ କଲେ । ପୁନଶ୍ଚ ଓଷ୍ଟା ବଲାଙ୍ଗିର ଉପଖଣ୍ଡର ସମସ୍ତ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ଯୋଗଦାନ କରି ନିଜର ହକ୍‌ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ଉପସ୍ଥିତ ହେବାକୁ ଏକାନ୍ତ ଅନୁରୋଧ କରାଗଲା ।

jayashree
Leave A Reply

Your email address will not be published.