csstore

କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟରେ ଦୁଇ ଦିନିଆ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଯାଦବ ସଭାପତି ପ୍ରକଳ୍ପ ବିଭାଗ(ଓଡିଶା) ଲକ୍ଷଣ ବାଗ, ଜିଲ୍ଲା ଯାଦବ ସଭାପତି ପରମାନନ୍ଦ ହାତୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ଯୁରାବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ, ବେଲପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଖରତ ବାଗ, କଣ୍ଠଶିଳ୍ପୀ ଦୃଦକ୍ଷ ହଂସ, ସମାଜସେବୀ ତ୍ରିବିକ୍ରମ ବଛା, ଦେବକୁମାର ବନଛୋର ଓ ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ଅଜୟ ଦାସ, ବିଜେଡି ଯୁବ ରାଜ୍ୟ ସମ୍ପାଦକ ଅଜିତ କୁମାର ଯୋଷି, ସମିତି ସଭ୍ୟ ପ୍ରତିନିଧି ବୈଶାଖୁ ମିର୍ଦ୍ଧା, ସଂଘର ସଭାପତି ତୁଳାଚନ୍ଦ୍ର ପୋଢ, ପୂର୍ବତନ ସଭାପତି ରାଧାମୋହନ ପୋଢ, ସମାଜସେବୀ ତୁଲାରାମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ନୂଆଁଖାଇ ହେଉଛି ଭାଇଚାରାର ପର୍ବ, ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିଥାଏ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଷ୍ପାଞ୍ଜଳି ସଗ୍ରିଆ ପ୍ରଥମ, ଡିଏମ୍‌ ଡେନ୍ସ ଗୃପ ଦ୍ବିତୀୟ, ଜାଡେନ୍ ବୁଢା ଡେନ୍ସ ଗୃପ ତୃତୀୟ ହୋଇଥିଲେ । ବିଚାରକ ଭାବରେ ରାଧାମୋହନ ପୋଢ, ରାସବିହାରୀ ଘିଭେଲା, ଖଗେଶ୍ଵର ପୋଢ, ଦେବକୁମାର ବନଛୋର ଥିଲେ । ତୁଳାଚନ୍ଦ୍ର ପୋଢ ଓ ନିରଞ୍ଜନ ସଗ୍ରିଆ ମଞ୍ଚ ପରିଚାଳନା କରିଥିଲେ । ସଂଘର ସମସ୍ତ ସଦସ୍ୟ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.