jayashree

ଓଡିଶା ବ୍ରାହ୍ମଣ ସମାଜ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଜମିଦାର ଭବନଠାରେ ଓଡିଶା ବ୍ରାହ୍ମଣ ସମାଜ ବଙ୍ଗୋମୁଣ୍ଡା ବ୍ଲକ ଶାଖା ପକ୍ଷରୁ ବ୍ରାହ୍ମଣ ସମାଜର ସାମୂହିକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ଗ୍ରାମ ଇଷ୍ଟଦେବୀ ଦ୍ୱାରସେନୀଙ୍କ ଆଜ୍ଞାମାଳ ଆଣିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ନରହରି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ଉପାଧ୍ୟକ୍ଷ ଡଃ ନାରାୟଣ ମିଶ୍ର ଯୋଗଦେଇ ନୂଆଁଖାଇ ଭେଟ୍‌ଘାଟ୍‌ର ମହତ୍ୱ ଓ ପୁରାଣ ଇତିହାସର କଥା ଉପସ୍ଥାପନ କରିଥିଲେ । ନୂଆଚୁଡା ଓ କୁରେପତର ମହତ୍ୱ ଉପରେ ଦୃଷ୍ଟିପାତ କରିଥିଲେ । ଏହା ଭାଇଚାରାର ପର୍ବ ବୋଲି କହିଥିଲେ । ଏହି ଅବସରରେ ୧୭ ଜଣ ବ୍ରାହ୍ମଣଙ୍କୁ ପୂଜାର୍ଚ୍ଚନା କରି ଉତ୍ତରୀୟ ଓ ପଇତା ପ୍ରଦାନ କରାଯାଇଥିଲା । ଏଥିରେ ଆନନ୍ଦ ମିଶ୍ର, ସଭ୍ୟ ଶତପଥି, ବୁଲୁ ପାଣିଗ୍ରାହୀ, ଶଶିଭୂଷଣ ଦାଶ, ସନ୍ତୋଷ ମିଶ୍ର, କିଶୋର ଖମାରୀ, ପଦ୍ମନାଭ ପଣ୍ଡା, ରିଚୁ ପଣ୍ଡା, ହୃଷିକେଶ ମିଶ୍ର, ସରୋଜ ପାଣିଗ୍ରାହୀ, ଡମ୍ବରୁଧର ପାଣିଗ୍ରାହୀ ସମ୍ବର୍ଦ୍ଧିତ ପ୍ରତିଭା ପୂଜ୍ୟପୂଜାର ବୟୋଜ୍ୟେଷ୍ଠ ବ୍ରାହ୍ମଣମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସତ୍ୟନାରାୟଣ ମିଶ୍ର, ହରିହର ତ୍ରିପାଠୀ, ବନମାଲି ପଣ୍ଡା, ଅମୂଲ୍ୟ ଖମାରୀ, ଦିନବନ୍ଧୁ ପାଣିଗ୍ରାହୀ, ତ୍ରୟମ୍ବକ ପୁରୋହିତ, ଡଃ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଚିନ୍ତାମଣି ମିଶ୍ର (ବ୍ରହ୍ମପୁର), ଚକ୍ରଧର ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନେକ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ଚକ୍ରଧର ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.