csstore

କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜେନ୍ଦ୍ର କଲେଜ୍ ପାଖରେ ଥିବା ଗେଲେକ୍ସି କୋଚିଂ ସେଣ୍ଟର ପରିସରରେ ନୂଆଁଖାଇ ଉପରେ ପର୍ଯ୍ୟବେଶିତ କୋଶଲୀ ସର୍ଟ ଫିଲ୍ମ “କୁରେ ପତର”କୁ ରାଜେନ୍ଦ୍ର କଲେଜ୍‌ରେ ଥିବା ଡାକ ଘରର ପୋଷ୍ଟ ମାଷ୍ଟର ପୋଷ୍ଟର ଉନ୍ମୋଚନ କରି ଫିଲ୍ମ ଟିକୁ ରିଲିଜ୍ କରିଥିଲେ । ସେ କହିଥିଲେ, ଆମ କୋଶଲି ଭାଷାରେ ଏଭଳି ଫିଲ୍ମ ତିଆରି କରିବା, କବିତା ଆସର କରିବା ଏକ ଶୁଭ ଖବର । ଭାଷା ଆଗକୁ ବଢ଼ିବାରେ ସହଯୋଗ ହୋଇପାରିବ । ଏଇ ଅବସରରେ ସଚ୍ଚିଦାନନ୍ଦ ସାହୁ, ରୁଦ୍ରଦେବ ସାହୁ, ନିମାଇଁ ଚରଣ ପାଣିଗ୍ରାହୀ, ସନ୍ତୋଷ ହୋତା, ସୁଧୀର ପଟେଲ, ସୁଷମା ବାଗ ପ୍ରମୁଖ ଆମ ଭାଷା ସଂସ୍କୃତିର ପରିବାହାକ ଭାବରେ ଫିଲ୍ମ ହେଉଛି ଏକ ମାଧ୍ୟମ ବୋଲି ମତାମତ ଦେଇଥିଲେ । ଶେଷରେ ତହଁକ କୁଟୁମ୍‌ର ସମ୍ପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.