jayashree

ଗଞ୍ଜାମ ସହରରେ ଟ୍ରାଫିକ ନିୟମ ନ ମାନିଲେ କଟିବ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ନେଇ ନୂତନ ଥାନା ଅଧିକାରୀ ସୁମିତ୍ରା ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଭାବେ ଏନେଇ ଲୋକଙ୍କୁ ସଚେତନତା କରାଯିବ । ପରବର୍ତ୍ତୀ ସମୟରେ ଯଦି ଲୋକମାନେ ନିୟମ ନମାନି ରାସ୍ତା ଉପରେ ବାଇକ ରଖନ୍ତି, ଦୃତ ଗତିରେ ଗାଡି ଚଲାଇଲେ, ଲାଉଡ଼ ଶବ୍ଦ ବ୍ୟବହାର କଲେ, ହେଲମେଟ୍‌ ବ୍ୟବହାର ନକଲେ ଓ ମଦ୍ୟପାନ କରି ଗାଡି ଚଳାଇଲେ ବାଇକ ଚାଳକଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ନୂତନ ଥାନା ଅଧିକାରୀ ସୁମିତ୍ରା ପାତ୍ର ସୂଚନା ଦେଇଥିଲେ । ଗଞ୍ଜାମ ପ୍ରେସ କ୍ଳବର କର୍ମକର୍ତ୍ତା ଓ ସଦସ୍ୟମାନେ ସୋମବାର ଗଞ୍ଜାମ ଥାନା ନୂତନ ଥାନା ଅଧିକାରୀ ଶ୍ରୀମତୀ ପାତ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ, ରୋଡ଼ ରୋମିଓଙ୍କ ପ୍ରାଦୁର୍ଭାବକୁ ରୋକ ଲଗାଇବା, ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବିଭିନ୍ନ ଆଇନ ଶୃଙ୍ଖଳା ସମସ୍ୟା ନେଇ ଆଲୋଚନା ହୋଇଥିଲା । ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାସ, କେ. ରାଜନୀକାନ୍ତ ରେଡି, କୃଷ୍ଣଚନ୍ଦ୍ର ଦାଶ, ମିଥୁନ ବାରିକି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.