csstore

ଓବିସି ମଂଚ ଦ୍ୱାରା ପେରିୟାର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ନବସେତୁ’ ମାସିକ ପତ୍ରିକା ଆନୁକୂଲ୍ୟରେ ମହାନ କ୍ରାନ୍ତିକାରୀ ନେତା, ପଛୁଆ ବର୍ଗର ତ୍ରାଣକର୍ତ୍ତା ପେରିୟାର ଇ. ଭି. ରାମସ୍ୱାମୀ ନାୟକରଙ୍କ ୧୪୫ ତମ ଜନ୍ମ ଦିନ ରାଜେନ୍ଦ୍ରପଡା, ବଲାଙ୍ଗିର ସ୍ଥିତ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ସଭାଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଓବିସି ମଂଚର ସଭାପତି ଶଙ୍କର କୁମାର ପାତ୍ର ମୁଖ୍ୟ ଅତିଥି ଭାବେ, ଜିଲ୍ଲା କୁଲତା ସମାଜର ସଭାପତି ବେଲାର ସିଂ ଭୋଇ ଅତିଥି ଭାବେ ତଥା ପତ୍ରିକାର ସମ୍ପାଦକ ପୂର୍ଣ ଚନ୍ଦ୍ର ବିଶ୍ୱାଳ ସଭାଧ୍ୟକ୍ଷ ଭାବେ ମଂଚାସୀନ ହୋଇ ପେରିୟାରଙ୍କ ଜୀବନୀ, ତାଙ୍କର ଜୀବନ ଦର୍ଶନ, ତାମିଲନାଡୁ ରାଜ୍ୟରେ ଜଷ୍ଟିସ ପାର୍ଟିର ଓଦୟ ସହିତ ତାଙ୍କର “ସେଲଫ ରେସ୍ପେକ୍ଟ ମୁଭମେଂଟ”ତଥା ଦକ୍ଷିଣ ଭାରତରେ କଂଗ୍ରେସ ପାର୍ଟିର ପ୍ରଚାର ପ୍ରସାର କାର୍ଯ୍ୟରେ ତାଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ଦକ୍ଷିଣ ଭାରତରେ ଅଣବ୍ରାହ୍ମଣ ବର୍ଗକୁ ଶିକ୍ଷା, ଚାକିରି ଓ ରାଜନୀତିରେ ସମାନୁପାତିକ ସଂରକ୍ଷଣ ଦେବାରେ ତାଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏଣୁ ତାଙ୍କୁ “ଫାଦର ଅଫ ଦ୍ରାବିଡିଏନ ମୁଭମେଂଟ”ବୋଲି କୁହାଯାଏ । ସର୍ବପ୍ରଥମେ ପେରିୟାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟତମ ବକ୍ତା ହିସାବରେ ଟଙ୍କଧର ଗଡତ୍ୟା, ଅର୍ଜୁନ ମୁଗ୍ରୀ, ତରଣୀସେନ ଦୀପ, ଆନନ୍ଦ ପଧାନ, ଜିଲ୍ଲା ତୈଲିକ ବୈଶ୍ୟ ସମାଜର ସଭାପତି ଉମାକାନ୍ତ ସାହୁ, ସୁରେନ୍ଦ୍ର କୁମ୍ଭାର, ଉଦ୍ଧବ ବାରିକ, ରଘୁନାଥ ମୁଗ୍ରୀ, ଭୂବନ ନାଗ ଆଦି ପେରିୟାଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସରୋଜ କୁମାର ମେଶ୍ୱା ସଭା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.