ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ସ୍ଥିତ ସୁଶ୍ରୀ ଆଇଟିଆଇର ଏଆଇଟିଟି ୨୦୨୩ ଉର୍ତ୍ତିଣ୍ଣ ପ୍ରଶିକ୍ଷାର୍ଥୀଙ୍କ ସମାବର୍ତ୍ତନ ଉତ୍ସବ ଶୁଶ୍ରୀ ଆଇ.ଟି.ସି ପରିସରରେ ଡା. ନାରାୟଣ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଉଦ୍ବୋଧନ ଦେଇଥିଲେ । ମୁଖ୍ୟ ପ୍ରବକ୍ତା ଭାବରେ ସରକାରୀ ଆଇ.ଟି.ଆଇର ଅଧ୍ୟକ୍ଷ ଇଂ. ମିଲନ କୁମାର ସାହୁ ଯୋଗଦେଇ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଭାରତ ସରକାର ତଥା ଓଡିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଅତ୍ମନିର୍ଭରଶୀଳ ହେବା ସହ ନବଭାରତ ନିର୍ମାଣରେ ସହାୟକ ହେବା ପାଇଁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବିଣାଦେବୀ ପ୍ରା.ଆଇ.ଟି.ଆଇର ଅଧ୍ୟକ୍ଷ ଇଂ. ପ୍ରଶାନ୍ତ କୁମାର ତ୍ରିପାଠୀ ଯୋଗଦେଇଥିବା ବେଳେ ସୁଶ୍ରୀ ଆଇ.ଟି.ଆଇର ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ସ୍ୱାଗତ ଭାଷଣ ଦେଇଥିଲେ । ସମସ୍ତ ଉର୍ତ୍ତୀଣ୍ଣ ପ୍ରଶିକ୍ଷାର୍ଥୀଙ୍କୁ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ମାନପତ୍ର(ଏନ୍.ଟି.ସି)ଅତିଥି ବୃନ୍ଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ ଫିଟର ଓ ଇଲେକ୍ଟ୍ରିସିଏନ୍ର ସର୍ବାଧିକ ନମ୍ବର ରଖିଥିବା ପ୍ରଶିକ୍ଷାର୍ଥୀଙ୍କୁ ଟ୍ରଫି ସହ ମାନପତ୍ର(ଏନ୍.ଟି.ସି)ପ୍ରଦାନ କରାଯାଇଥିଲା । ଶେଷରେ ସୁଶ୍ରୀ ଆଇ.ଟି.ସି.ର ଏ.ଟି.ଓ ସ୍ୱାଧୀନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଏ.ଟି.ଓ ମୁକେଶ ନାଏକ, ବିକାଶ ବାଗ, ଅନୀତା ଛତ୍ରିଆ, ଆଶିଷ ମିଶ୍ର, ନିଶାରକାନ୍ତ ନାଗ, ଜୟନ୍ତ ପଟେଲ, ସୁଧାକର ସାହୁ, ଦିଗାମ୍ବର ସାଏ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଇ.ଟି.ସିର ଗଣେଶ୍ୱର ଶତପଥିଙ୍କ ଦ୍ୱାରା ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଅର୍ଚନା କରିବା ସହ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
Next Post