oom

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ସଂଗୀତା ମହାନ୍ତି, ସମ୍ମାନିତ ଅତିଥି ଏବିଓ ଯସ୍ମୀନ ନିଆଲ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ତଥା ପଞ୍ଚସଖା ବିଦ୍ୟାଳୟର ପ୍ରତିଷ୍ଠାତା ଖଗେଶ୍ୱର ରଣା, ମୋ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଖେଳ ଶିକ୍ଷକ ବେଣୁଧର ରଣା ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଏଥିରେ ମ. ରାମପୁର ବ୍ଲକ ୧୩ ଗୋଟି ବିଦ୍ୟାଳୟର ୨୦୩ ଜଣ ଷଷ୍ଠରୁ ଦଶମ ଶ୍ରେଣୀର ଆସିଥିବା ଛାତ୍ରଛାତ୍ରୀମାନେ ଜୁନିୟର ଓ ସିନିୟର ବିଭାଗରେ ଖୋକୋ, କବାଡି, ଫୁଟବଲ, ଚେସ ଓ ଯୋଗରେ ଅଂଶଗ୍ରହଣ କରି କୃତି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଉକ୍ତ ପ୍ରତିଯୋଗିତାରେ ଖେଳ ଶିକ୍ଷକ ମହେନ୍ଦ୍ର ବେସରା (ଓଏଭି ମଦନପୁର) ଅରୁଣ କୁମାର ଭୋଇ (ଏସ୍‌ଏସ୍‌ଡି ମଦନପୁର), ଭେରୀକଣ୍ଠ ପଧାନ (ମୋହନଗିରି) ଓ ଡୋଳାମଣି ବେହେରା (ନୂନପୁର) ଶିକ୍ଷକ ମାନେ ପ୍ରତିଯୋଗିତା ଦାୟିତ୍ୱ ସୁରୁଖୁରୁରେ ତୁଳାଇ ଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବେଣୁଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.