csstore

ଉତ୍କଳ କନ୍ଧ ସମାଜ ଭବନ ଉଦ୍‌ଘାଟନ କଲେ ରାଜ୍ୟସଭା ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗ୍ରାମଠାରେ ଉତ୍କଳ କନ୍ଧ ସମାଜ ବଡ଼ ବୁଡୁକା ପ୍ରଗଣା ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସିଂଧେକେଲା ଦ୍ୱାରାସେନୀ ମନ୍ଦିରଠାରୁ ଶତାଧିକ ସଂଖ୍ୟାରେ ଏକ ବିରାଟ ବାଇକ ରାଲିରେ ସ୍ୱାଗତ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି କୃପାସିନ୍ଧୁ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀୟ ଅତିଥି ଭାବେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ଭୂମିଦାତା ମୁନିସି ସିଂ ଭୋଇ, ବଲାଙ୍ଗିର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁ, ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ କେତକୀ, ରାଜ୍ୟସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ମନୋରଞ୍ଜନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସମ୍ପାଦକ ହଜାରୀ ସିଂ ଭୋଇ, କ୍ଷୀରସିନ୍ଧୁ ଭୋଇ, ଭୀଷ୍ମ ଭୋଇ, କେଶବ ଭୋଇ, ସାଧୁରାମ ଭୋଇ, ଅଶୋକ ଭୋଇ, ଟଙ୍କ ଭୋଇ ପ୍ରମୁଖଙ୍କ ସମେତ ସମାଜର ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.