oom

ସାବିତ୍ରୀବାଇଫୁଲେ ଉଚ୍ଚ ମହାବିଦ୍ୟାଳୟର ସ୍ୱାଗତ ସମାରୋହ

jsmm

କନ୍ଧମାଳ, (ହେମନ୍ତ ସାହୁ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡଠାରେ ଥିବା ସାବିତ୍ରୀବାଇଫୁଲେ ମହାବିଦ୍ୟାଳୟର ସ୍ୱାଗତ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷାବିତ୍‌ ମନୋଜ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଶେଷଣ ମାଝୀ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ଭାବେ ଉର୍ଲା ଦାନୀ (ରଙ୍ଗାପଦର) ରେଣ୍ଡୋ ମାଝୀ ମହାବିଦ୍ୟାଳୟର ସଭାପତି ଧନ ସିଂହ ମାଝୀ, ସମାଜସେବୀ ସିପ୍ରୀୟାନ ମାଝୀ, ରେଣ୍ଡୋ ମାଝୀ ମହାବିଦ୍ୟାଳୟ ଉପଅଧ୍ୟକ୍ଷା ପଦ୍ମିନୀ ଧରୁଆ, ସାବିତ୍ରୀବାଇଫୁଲେ ଉଚ୍ଚ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରବାସ କୁମାର ମଲ୍ଲିକ, ଅଧ୍ୟାପକ ତଥା ବାଲି ଗୁଡା, ତୁମୁଡ଼ି ବନ୍ଧ, କୋଟଗଡ ବ୍ଲକ୍‌ର ସଂଯୋଜକ ହେମନ୍ତ କୁମାର ଭୋଇ ମାଞ୍ଚାସୀନ ରହିଥିବା ବେଳେ ଦାଶରଥି ଦିଗାଲ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ଏକ ନିଷ୍ଠ ସାଧନା କରିବାକୁ ପରାମର୍ଶ ଦେଇଥିଲେ । ସଭା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାବିତ୍ରୀ ବାଇ ଫୁଲେ ଉଚ୍ଚ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.