ସୁବର୍ଣ୍ଣପୁରରେ କୃଷି ଆଇନ ପ୍ରତ୍ୟାହାର ଦାବୀକୁ ନେଇ ଗଣଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ ଦ୍ବାରା ପାରିତ କୃଷି ଆଇନ ପ୍ରତ୍ୟାହାର ସହ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ୭ଦଫା ଦାବୀକୁ ନେଇ ଗଣଧାରଣା ଦିଆଯାଇଛି । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲ୍ଲା କୃଷକ ସଂଘ ପକ୍ଷରୁ ଶତାଧିକ ଚାଷୀ ଏହି ଗଣ ଧାରଣାରେ ସାମିଲ ହୋଇ କୃଷି ଓ କୃଷକର କଲ୍ୟାଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୋଦୀ ସରକାରଙ୍କ ପାରିତ ୩ଟି କୃଷି ଆଇନ ପ୍ରତ୍ୟାହାର, ସ୍ବାମୀନାଥନ୍ କମିଶନ ସୁପାରିଶ ଲାଗୁ, ଏମ୍.ଏସ୍.ପି.କୁ ଆଇନଗତ ମାନ୍ୟତା ସହ ମଣ୍ଡି ବ୍ୟବସ୍ଥାକୁ ଅଧିକ ଦୃଢ ପରି ୭ଦଫା ଦାବିକୁ ନେଇ କୃଷକ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି । ଆଗାମୀ ଦିନରେ କୃଷି ଓ କୃଷକର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ମୁତାବକ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.