ସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନଠାରୁ ଡ଼. ପ୍ରଫେସର ସଚିଦାନନ୍ଦ ବେହେରା ୩୫ ବର୍ଷ ଚାକିରି କରି ବର୍ତ୍ତମାନ ୬୫ ବର୍ଷ ବୟସରେ ସାଇକେଲ ଯୋଗେ ଅମରାବତୀ (ମହାରାଷ୍ଟ୍ର)ରୁ ଭୁବନେଶ୍ୱର ଅଭିମୁଖେ ବାହାରି ସୋମବାର ଦିନ ଦିବା ୧୨.୧୫ମି. ସମୟରେ ପଦ୍ମପୁରରେ ପହଂଚିଥିଲେ । ପଦ୍ମପୁର ଜନ ସାଧାରଣ ବୋଡାସମ୍ବର ଏଥେଲେଟିକ ସଂଘର କର୍ମକର୍ତ୍ତା, ପିଇଟି ଶିକ୍ଷକ ଚନ୍ଦ୍ରମଣି ସାହୁ, କୁନାଲ ସିଂ ବରିହା, ରିତେଶ ସାହୁ, ନରେଶ ବାରିକ, ଏବିସିଡି କ୍ଲବ ସହ ସମ୍ପାଦକ ପ୍ରତାପ ନାଥ, ସୁନୀଲ ବାରିକ, ଅରବିନ୍ଦ ପାଣିଗ୍ରାହୀ, ନିରୋଜ ଦାସ, ମୁକେଶ ଭୋଇ, ପ୍ରଦୀପ ପାତ୍ର, ବବଲୁ ସାହୁ, ପିଣ୍ଟୁ ପାଢି, ତାପସ ପୁଷ୍ପଗୁଚ୍ଛ ଓ ଫୁଲମାଳା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବର୍ତ୍ତମାନ ସମସ୍ତେ ଯେଉଁ ଫାଷ୍ଟଫୁଡ, କୁରକୁରେ, ଚିପ୍ସ ଇତ୍ୟାଦି ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେହି ସବୁକୁ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେଇଥିଲେ ଓ ସମାଜକୁ ସୁସ୍ଥ ରଖିବା ପାଇଁ କହିଥିଲେ ।

jittmm
Leave A Reply

Your email address will not be published.