ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ୩୪ତମ କ୍ୟାଜେଟ ଓ ଜୁନିୟର ରାଜ୍ୟ କରାଟେ ଚମ୍ପିୟାନସିପ୍‌ -୨୦୨୩ ଚଳିତ ମାସ ୧୦ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଓଡିଶା ରାଜ୍ୟର ସର୍ବମୋଟ ୧୭୮ ଜଣ କରାଟେକା ଅଂଶ ଗ୍ରହଣ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ମୋଟ ୩ ଜଣ ପ୍ରତିଯୋଗୀ ଭାଗ ନେଇ ବାଳିକା ବିଭାଗରେ ସରମିଷ୍ଟା ଜାଲ (୪୮ କେଜି) ବର୍ଷ କୁମିତିରେ ରୌପ୍ୟ ପଦକ ଓ ବାଳକ ବର୍ଗରେ ରାଜେଶ ପ୍ରଧାନୀ (୭୦ କେଜି) କୁମିତିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରାଜ୍ୟ କରାଟେ କରାଟେ ପ୍ରତିଯୋଗିତାକୁ ରାଜ୍ୟ କରାଟେ ସଂଘର ସଭାପତି ଡାକ୍ତର ହରି ପ୍ରସାଦ ପଟ୍ଟନାୟକ ଏବଂ ସଂପାଦିକା ଗୌରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାରୁ ୩ ଜଣ ପ୍ରତିଯୋଗୀଙ୍କ ସହିତ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ଉପ-ସଭାପତି ସୁରେନ୍ଦ୍ର ଚନ୍ଦ୍ର ଜାଲ, ସଂପାଦକ ହୃଦୟ ଶବର, ଗୋପାଳ ଚନ୍ଦ୍ର ଦୀପ, ଚନ୍ଦ୍ର ଶେଖର ସେଠ ରେଫରି ଓ ଜଜ୍‌ କାର୍ଯ୍ୟ ତୁଳାଇଥିବା ବେଳେ ଟିମ୍‌ କୋଚ ରାହୁଲ ଜାଲ ଦଳ ସହିତ ଭୁବନେଶ୍ୱର ଗସ୍ତ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲା କରାଟେ ସଂଘର ସମସ୍ତ କର୍ମକର୍ତ୍ତା, ଖେଳପ୍ରେମୀ ଓ ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.