ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନିଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଜି-20 ସମ୍ମିଳନୀ ଅବସରରେ ମହାମହିମ ଶ୍ରୀମତୀ ଜର୍ଜିଆ ମେଲୋନି ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ମାର୍ଚ୍ଚ 2023 ରେ ତାଙ୍କ ରାଜ୍ୟ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମେଲୋନିଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ, ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କ ଏକ ରଣନୀତିକ ଭାଗିଦାରୀ ସ୍ତରକୁ ଯାଇଥିଲା ।

ଭାରତର ଜି20 ଅଧ୍ୟକ୍ଷତା ପାଇଁ ଇଟାଲୀର ସମର୍ଥନ ଏବଂ ଇଟାଲୀର ଗ୍ଲୋବାଲ୍ ଜୈବ ଇନ୍ଧନ ଏବଂ ଭାରତ – ମଧ୍ୟ ପୂର୍ବ – ୟୁରୋପ ଅର୍ଥନୈତିକ କରିଡରରେ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର 75 ବର୍ଷ ପୂରଣ ହେବା ପରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ମଧ୍ୟ ଭାରତ-ଇଟାଲୀ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ଆକଳନ କରିଥିଲେ ଏବଂ ପ୍ରତିରକ୍ଷା ଏବଂ ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ପରି କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାକୁ ସହମତ ହୋଇଥିଲେ। ବୃହତ ବିଶ୍ବର ମଙ୍ଗଳ ପାଇଁ ଜି7 ଏବଂ ଜି20 ର ସମନ୍ୱୟରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।

ଜି20 ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.