ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର : ୬୫ ୟୁନିଟ୍ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଏବଂ ବିଜୁ ଜନତା ଦଳ ଡେଲାଙ୍ଗ-ପିପିଲି ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ବ୍ଳକ୍ ବିଜେଡି ସଭାପତି ବୈରାଗୀ ଜେନା, ପୁରୀ ଜିଲ୍ଲା ଯୁବ ବିଜେଡ଼ି ସଭାପତି ନାରାୟଣ ସ୍ୱାଇଁ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତରାୟ, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ବିଶ୍ଵସୁନ୍ଦର ପାଲଟାସିଂହ, ବ୍ଳକ୍ ଛାତ୍ର ବିଜେଡ଼ି ସଭାପତି ସୁଦୀପ୍ତ କୁମାର ନାୟକ, ବ୍ଳକ୍ ଯୁବ ବିଜେଡି ସଭାପତି ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକ୍ରମେ ସମଗ୍ର ରାଜ୍ୟରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିପୁଳ ପରିମାଣ ରକ୍ତ ସଂଗୃହୀତ ହେବା ଦ୍ଵାରା ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବା ସହଜସାଧ୍ୟ ହୋଇପାରୁଛି ବୋଲି ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ମତବ୍ୟକ୍ତ କରିଥିଲେ । ଭୁବନେଶ୍ୱର ଇଣ୍ଡିଆନ୍ ରେଡକ୍ରସ୍ ସୋସାୟିଟ୍ ରାଜ୍ୟ ଶାଖା ପକ୍ଷରୁ ଡ଼ଃ ପ୍ରଦୀପ କୁମାର ମହାରଣା, ଟେକ୍ନିସିଆନ୍ ଦେବପ୍ରସାଦ ବାରିକ, ସୁପରଭାଇଜର କବିତା ଭୋଳ, ଅଫିସ୍ ଆସିଷ୍ଟାଣ୍ଟ ରୀନା ବାରିକ, କ୍ୱାଲିଟି ମ୍ୟାନେଜର ସୁମିତ୍ ମହାରଣା, ଷ୍ଟାଫ୍ ନର୍ସ ଭାଗ୍ୟଶ୍ରୀ ସାସମଲ ଓ ଆଟେଣ୍ଡାଣ୍ଟ ଲିକୁନ୍ ନାଗ ପ୍ରମୁଖ ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିବା ସହ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଶିବିରରେ ସମୁଦାୟ ୬୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ନେଇ ଡ଼ଃ ପ୍ରଦୀପ କୁମାର ମହାରଣା ସୂଚନା ଦେଇଛନ୍ତି । ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସରୋଜ କୁମାର ପଣ୍ଡା, ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା, ପ୍ରାକ୍ତନ ଆତ୍ମା ଅଧ୍ୟକ୍ଷ ବସନ୍ତ କୁମାର ବେହେରା, ନବଘନ ପ୍ରଧାନ, ବିଭୂତି ପରିଡ଼ା, ପ୍ରାକ୍ତନ ବ୍ଳକ୍ ଉପାଧ୍ୟକ୍ଷ ଲଚ୍ଛମନ ଦଳେଇ, ପ୍ରାକ୍ତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ଦୁଷ୍ମନ୍ତ କୁମାର ଦାସ, ଉପେନ୍ଦ୍ର ଖଟୋଇ, ପ୍ରକାଶ କୁମାର ସାମନ୍ତସିଂହାର, ଦୀପକ କୁମାର କୋଦମାସିଂହ ଓ ରଞ୍ଜନ କୁମାର କୋଦମାସିଂହ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ଦିଗରେ ସହଯୋଗ କରିଥିବାରୁ ୧୬ନଂ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.