ଚଣ୍ଡୀ ମନ୍ଦିରରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ମନ୍ଦିର ନିକଟସ୍ଥ କୁଲିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସଭାରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କ ଫୋଟୋ ଚିତ୍ରରେ ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ ପୁଷ୍ପମାଲ୍ୟ ଦେଇ ଦୀପ ଜାଳି ପୂଜା କଲା ପରେ ସଭାରେ ଉପସ୍ଥିତ କୁଲତା ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତା ପୁଷ୍ପ ପ୍ରଦାନ କରି ଦିବଂଗତ କୁଲିତା ଜାତିର ସ୍ବେଛାସେବୀ ମହେନ୍ଦ୍ର ବଢ଼େଇଙ୍କୁ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । କୁଲତା ଯୁବ ସଂଗଠନର ସଭାପତି ଡାକ୍ତର ବୁଲୁ ବାରିକ, ଭୁବନେଶ୍ୱର ସା, ଟାଇଲ ଭୋଇ, ଲିଙ୍ଗରାଜ ପଧାନ, କର୍ମୁ ବିଶ୍ୱାଳ, ଯୋଗେନ୍ଦ୍ର ଭୋଇ, ଅଲେଖ ପ୍ରଧାନ, ଶରତ ସାହୁ, ଚିତ୍ତ ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟରେ ସ୍ବର୍ଗତ ବଢ଼େଇଙ୍କ ସ୍ମୁତି ଚାରଣ କରିଥିଲେ । କେଶବ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।ପ୍ରକୃତି ବନ୍ଧୁ ବଡ ଶତପଥି ସ୍ବର୍ଗତ ବଢ଼େଇଙ୍କ ସ୍ମୁତି ପାଇଁ ଏକ ବଉଳ ଚାରା ଦେଇଥିବା ବେଳେ ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ବଢ଼େଇ ଏହି ଚାରାକୁ ମନ୍ଦିର ପରିସରରେ ଲଗାଇ ଯୁବ ସଂଗଠନର କର୍ମକର୍ତ୍ତାମାନଙ୍କୁ ବଉଳ ଚାରାକୁ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.