csstore

ଗାଈଖାଇ ଇକୋ ଟୁରିଜମ୍‌ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ସାଲେଭଟା ନିକଟସ୍ଥ ଗାଈଖାଇ ଇକୋ ଟୁରିଜମ ନିକଟରେ “ଇଙ୍କଚର୍ ପ୍ରାଇଭେଟ୍ ଲିମିଟେଡ” ଏବଂ “ଡ୍ୟୁ ରେଷ୍ପେକ୍ଟ ଟ୍ରଷ୍ଟ” ଆନୁକୂଲ୍ୟରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗ ଜଳସେଚନ ପ୍ରକଳ୍ପ କମିଟିର ଆବାହକ ଆକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ଦାସ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାସ ଯୋଗ ଦେଇଥିଲେ । ସାଲେଭଟା ସରପଞ୍ଚ ବିଜୟ ବେହେରା, ବକଟି ସମିତି ସଭ୍ୟ ଶ୍ରୀନିବାସ ମଲ୍ଲିକ, ବକଟି ପେକ୍ସ ସଭାପତି ବରୁଣ ଯୁଏଡ, ହୃଦାନନ୍ଦ ଠାକୁର, ସୁଶିଲ ଗୁରୁ, ଅରବିନ୍ଦ ଶତପଥୀ, ବିଜୟ ଦାସ, ପ୍ରଫୁଲ୍ଲ ସାହୁ, ଆଶିଷ ସାହୁ, ଧନଞ୍ଜୟ ମିଶ୍ର, ସଙ୍ଖାଳି ସାହୁ, ସୁରୁ ମିଶ୍ରଙ୍କ ସମେତ ସାଲେଭଟା ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରଜାତିର ପ୍ରାୟ ହଜାରେ ଗଛ ଲଗା ଯାଇଥିଲା ।

jayashree
Leave A Reply

Your email address will not be published.