ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ କିଛି ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କପିଲାଭଟା ଗ୍ରାମର କମଳ କୁମାର ଛତ୍ରିଆ, ଗୋପୀନାଥ ବିଶି, ଡମ୍ବରୁ ହଂସ, ଅଶୋକ ବିଶି, ବିଭୀଷଣ ହଂସ, ସଂଜୟ ହଂସ, ସୁବାସ ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ବାଢ଼ିଛନ୍ତି । ଆଜି ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସେମାନେ କହିଛନ୍ତି । ଅଭିଯୋଗ ଅନୁସାରେ କପିଲାଭଟା ଗ୍ରାମ ପଞ୍ଚାୟତରେ ମନରେଗା କାମରେ ଦୁର୍ନୀତି ହେଉଥିବା ବେଳେ ଫାଇଭ୍ ଟି ସ୍କୁଲ ନିର୍ମାଣ କାମ, ଆବାସ ବଣ୍ଟନ ଯୋଜନା ଆଦି ସମସ୍ତ ଉନ୍ନତିମୂଳକ ସରକାରୀ କାମରେ ନାହିଁ ନଥିବା ଦୁର୍ନୀତି ହେଉଛି । ଏ ସଂପର୍କରେ ବିଡ଼ିଓ ତଥା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିବା ସତ୍ୱେ ଏଥିପ୍ରତି ଦୃଷ୍ଟି ଦିଆଯାଇ ନଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଏଣୁ ଆଜି ଜିଲ୍ଲାପାଳଙ୍କ ଲିଖିତ ଅଭିଯୋଗ କରିବା ପରେ ସେମାନେ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରି କପିଲାଭଟା ଗ୍ରାମ ପଞ୍ଚାୟତରେ ଲାଗି ରହିଥିବା ଦୁର୍ନୀତି ଉପରେ ଅଭିଯୋଗ କରିଛନ୍ତି ।
Next Post