ମ.ରାମପୁରରେ ନବାନ୍ନ ଲଗ୍ନ : ଦଶମୀ ତିଥିରେ ନୂଆଁଖାଇ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ଚାଲିଥିବା ବେଳେ ମ.ରାମପୁରଠାରେ ଦଶମୀ ତିଥିରେ ମା’ ମାଣିକେଶ୍ଵରୀ ଓ ଡୋକରୀ ଦେବୀଙ୍କଠାରେ ଦଶମୀ ତିଥିରେ ନବାନ୍ନ ଲାଗି ହେବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ୨୪ ସେପ୍ଟେମ୍ବର ରବିବାର ଦିବା ୧.୧୧ ମିନିଟ୍‌ରୁ ଦିବା ୨.୦୦ ଘଣ୍ଟା ମଧ୍ୟରେ ନବାନ୍ନ ଭକ୍ଷଣ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଏ ନେଇ ଦେବୀଙ୍କ ସେବାୟତ ସମରେନ୍ଦ୍ର ପ୍ରତାପ ସିଂହଦେଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.