ହେଭେନ୍ ରାଇଟ୍ସ ତରଫରୁ ଗୁରୁଦିବସ ପାଳିତ

କଟକ : ହେଭେନ୍ ରାଇଟ୍ସ ତରଫରୁ ଗୁଗଲ ମିଟ୍‌ ମାଧ୍ୟମରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଯାଜପୁରରୁ ସୁସାହିତ୍ୟିକ ଆଶୁତୋଷ ମିଶ୍ର ଓ ବଲାଙ୍ଗିରରୁ ଅଧ୍ୟାପକ ତଥା ସୁନାମଧନ୍ୟ ବ୍ୟଙ୍ଗକବି, ନାଟ୍ୟ କଳାକାର ଦେବେନ୍ଦ୍ର ଭୋଇ ଯୋଗଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ସଂଳାପ ଲେଖକ ଶାନ୍ ରୟ, ସାମ୍ବାଦିକ, ରକ୍ତଦାନକୁ ଯେ, ବ୍ରତ ଭାବରେ ଗ୍ରହଣ କରିଥିବା ଜଣେ ଦରଦୀ ମଣିଷ ଏବଂ ପ୍ରକୃତିପ୍ରେମୀ ଏନ୍. ନୀଳମାଧବ ପାତ୍ର, ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ଜଣେ ଉଚ୍ଚକୋଟିର ନାଟ୍ୟ କଳାକାର ରିଖିରାମ ମେହେର ଓ ଶିକ୍ଷକ, କବି ତଥା ଜଣେ ସମାଜସେବୀ ନବୀନ ପ୍ରଧାନ ଯୋଗଦେଇ ସଭାର ଶୋଭା ବର୍ଦ୍ଧନ କରିଥିଲେ । ସଭା ଆରମ୍ଭରୁ କଣ୍ଠ ଶିଳ୍ପୀଦ୍ବୟ କୃଷ୍ଣେନ୍ଦୁ ହୋତା ଓ ସୁଶ୍ରୀ ସୁଭଦ୍ରା ପଟ୍ଟାୟତ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ହେଭେନ୍ ରାଇଟ୍ସର ସଭାପତି ଜିତେନ୍ଦ୍ର ଗିରି ଓ ସମ୍ପାଦିକା ସୁଶ୍ରୀ ଋତମ୍ଭରା ପତି ଅତିଥି ପରିଚୟ କରାଇବା ସହ ସଂଯୋଜନା ଦାୟିତ୍ୱରେ ଥିଲେ । ସଭା ମଧ୍ୟଭାଗରେ ଉପସଭାପତି ସୁଶ୍ରୀ ସ୍ନେହାଞ୍ଜଳି ସେଠୀଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସରରେ ଅପର୍ଣ୍ଣା ମିଶ୍ର, କଳାବତୀ ଦେହୁରୀ ଓ ଅନ୍ୟାନ୍ୟ କବି ଓ କବୟିତ୍ରୀ ନିଜର କବିତା ପାଠ କରିଥିଲେ । ତେବେ ଏହି ସଭାରେ ଆମ ପରିବାରର ଅନ୍ୟାନ୍ୟ ସଦସ୍ୟ ସ୍ନେହାଶିଷ ତ୍ରିପାଠୀ, ବୁବୁନ୍ ପଣ୍ଡା, ଶରତ ଚନ୍ଦ୍ର ଖୁଣ୍ଟିଆ, ସୁଶ୍ରୀ ନିହାରିକା ପ୍ରଧାନ, ସୁଶ୍ରୀ ମମତା ବାରିକ୍ ଆଦି ମଧ୍ୟ ଉପସ୍ଥିତ ରହି ସଭାର ମାନ ବୃଦ୍ଧି କରିଥିଲେ । ଶେଷରେ ସହ ସମ୍ପାଦକ ଶ୍ରୀପାଲ ପଣ୍ଡା ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!