ସଇଁନ୍ତଲା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମଷ୍ଟମୀ ଉତ୍ସବ

ସଇଁନ୍ତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁନ୍ତଲା ସ୍ୱରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଉତ୍ସବ ମହାଆଡମ୍ବରରେ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ ସଇଁତଳାର ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ସତ୍ୟ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଦୀପପ୍ରଜ୍ଵଳନ କରିବା ସହିତ ଶ୍ରୀକୃଷ୍ଣଙ୍କ ବାଣୀ ତଥା ଭଜନ ଗାନ କରି ଉତ୍ସାହିତ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ଯୁବରାଜ ରଣା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ୟବସ୍ଥା ସଂଯୋଜକ ନୂତନ ହୋତା ଉପସ୍ଥିତ ଥିବା ବେଳେ ଉକ୍ତ ଉତ୍ସବରେ ରାଧାକୃଷ୍ଣ ବେଶରେ ଆସିଥିବା କୁନି କୁନି ଶିଶୁମାନଙ୍କୁ ପାଦ ଧୋଇ ସ୍ଵାଗତ କରାଯାଇଥିଲା । ଛାତ୍ରୀ ରୋଜାଲି ବେହେରା ଓ ଛାତ୍ର ବେଲାରସେନ ରଣା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ରାଜକିଶୋର ଦାଶ ମୁଖ୍ୟବକ୍ତା ଭାବରେ ଶିଶୁମାନଙ୍କୁ ଜନ୍ମାଷ୍ଟମୀ ପାଳନର ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ରାଧାକୃଷ୍ଣ ବେଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହା ସହିତ ବିଦ୍ୟାଳୟର ଝସକେତନ, ଜୟନ୍ତୀ, ପୁର୍ଣ୍ଣିମା, ଗରୁଡ, ବେଣୁ, ବିନୋଦ, ପ୍ରଶାନ୍ତ, ଭବାନୀ, ଗଣେଷ, ଶାନ୍ତନୁ, ତ୍ରିଲୋଚନ, ମାଣିକ୍ୟ, ରାମଚନ୍ଦ୍ର, ପ୍ରଭାସିନୀ, ଟିକେଶ୍ଵରୀ, ଗୀତା, ଛନ୍ଦା, ତିଳୋତ୍ତମା, ବର୍ଷା, ସୁନିତା, ଯାଦବ ଓ ଗୁରୁଜୀ ଗୁରୁମା ତଥା ସେବକ ସେବିକା, ବାହନ ଚାଳକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଚାର୍ଯ୍ୟ ସୁରୂପାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!