ଶ୍ରଦ୍ଧା ପକ୍ଷରୁ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମତା ପ୍ରଧାନ) : ଶ୍ରଦ୍ଧା ଅନୁଷ୍ଠାନ ଆନୁକୂଲ୍ୟରେ ଏହାର ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳନ କରାଯାଇଥିଲା । ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନ ପାରମ୍ପରିକ ରୀତିରେ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଆଲୋକ ସାହୁ, ସୁକୁମାର ପାଣ୍ଡବ ଓ ଦୁର୍ଯ୍ୟାଧନ ଛତ୍ରିଆ ପ୍ରଭୃତିମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କର ଆଶୀର୍ବାଦ ନେଇଥିଲେ ଏବଂ ଉପହାର ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନୀତ କରିବା ସହିତ ଉପହାର ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଅନୁଷ୍ଠାନର ମୁଖ୍ୟ (ସଭାପତି) ପଶୁପତିନାଥ ଚାଟାର୍ଜୀ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କୁ ଗୁରୁ ଭାବରେ ସମ୍ମାନିତ କରି ସେମାନଙ୍କଠାରୁ ଆଶୀର୍ବାଦ ଏବଂ ନେଇଥିଲେ ଉପ‌ହାର ଓ ଉପଢ଼ୌକନ ଆଦି ପ୍ରଦାନ କରିଥିଲେ । ସଭାପତି ଶ୍ରୀ ଚାଟାର୍ଜୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଉପରେ ଓ ଗୁରୁ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଗୁରୁ ଶିଷ୍ୟର ପରମ୍ପରା ବାବଦରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.

error: Content is protected !!