lika

କଣ୍ଟାବାଞ୍ଜିକୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଓ ରାସ୍ତା ରୋକ୍

gbag

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ସମ୍ମୁଖରେ କଣ୍ଟାବାଞ୍ଜିକୁ ରାଜସ୍ବ ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଓ ରାସ୍ତା ରୋକ୍ କରାଯାଇଛି । ଏହି ବନ୍ଦ ପାଳନରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ବେଲପଡା, ଖପ୍ରାଖୋଲ ଏପରିକି ଲକ୍ଷାଧିକ ଲୋକେ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ଏନ୍‌ଏସି ଅଧ୍ୟକ୍ଷ ବରିଆମ ସିଂ ସାଲୁଜା, ଦୁଃଖିଶ୍ୟାମ ଗୁରୁ, ପ୍ରଦୀପ ବାଗ, ନବଳ ଶର୍ମା, ଅମରେନ୍ଦ୍ର ତାଣ୍ଡି, ଦେବରାଜ ୟାଦବ, ବିଜୟ ଶର୍ମା, କୈଳାସ ଦୀପ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାସ, ସଞ୍ଜୟ ନାଥ, ବରିଷ୍ଠ ସଦସ୍ୟ ନରେନ୍ଦ୍ର ସୁନା, ମହେଶ ଖଣ୍ଡେଲୱଲ, କୈଳାସ ଅଗ୍ରୱାଲ, ହେମାଲ ସଂଘ ସମ୍ପାଦକ ବିସର୍ବ ବେହେରା, କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ ବୃନ୍ଦ, ଦାମ ସାହୁ, ମନୋଜ ଶର୍ମା, ନାଗେ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.