jayashree

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦଶମ ବାର୍ଷିକ ଅଧିବେଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ଛତ୍ରପୁର ଶାଖାର ଦଶମ ବାର୍ଷିକ ଅଧିବେଶନ ଛତ୍ରପୁରସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ.ଭି. ରାଜେନ୍ଦ୍ର ରାଜୁ, ଡ଼ଃ. ରାଜେନ୍ଦ୍ର ପ୍ରସାଦ ଦାସ ଯୋଗଦେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରି ସେମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସେମାନେ କିଭଳି ସୁସ୍ଥ ଜୀବନ ବଞ୍ଚିପାରିବେ ସେଥିପ୍ରତି ସମସ୍ତେ ପ୍ରୟାସ କରିବା ଉଚିତ୍ ବୋଲି ଅତିଥିମାନେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ସୋମନାଥ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସରକାରଙ୍କ ନିକଟରେ ଦୀର୍ଘ ୧୮ ବର୍ଷ ହେବ ୬୫ ବର୍ଷ ଠାରୁ ଅତିରିକ୍ତ ପେନସନ, ସ୍ବାସ୍ଥ୍ୟ ବୀମା ଯୋଜନା, ପେନସନ ନିର୍ଦ୍ଧାରଣରେ ସରକାରଙ୍କ ତ୍ରୁଟି ସୁଧାର, ରେଳଯାତ୍ରା ଓ ମୋ-ବସ ସେବାରେ ଯାତ୍ରା କଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ରିହାତି ଦରରେ ବସ ଟିକଟ, ରେଳ ଟିକଟ ପ୍ରଦାନ କରାଯିବା ନିମନ୍ତେ ଦାବୀ ହୋଇଛି । ଏଥି ସମେତ ଅନ୍ୟାନ୍ୟ ମଧ୍ୟ ଉପସ୍ଥାପନ କରିବା ପାଇଁ ଆଲୋଚନା ହୋଇଥିଲା । ଏହା ପୂରଣ ନ ହୋଇଥିବା ଯୋଗୁଁ ଆସନ୍ତା ଅକ୍ଟୋବର ୧୧ରେ ମହାସଂଘର ଆହ୍ବାନରେ ଭୁବନେଶ୍ୱର ସମାବେଶରେ ଯୋଗଦେବା ପାଇଁ ସ୍ଥିର ହେଲା, ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଦଣ୍ଡପାଣି ରାଉଳ, କର୍ମକର୍ତ୍ତାଙ୍କ ମଧ୍ୟରେ କିଶୋର ଚନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ନାଥ ପାଢ଼ୀ, ହରିକୃଷ୍ଣ ସାହୁଙ୍କ ସମେତ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବହୁ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ଅବସରପ୍ରାପ୍ତ ରବିନ୍ଦ୍ରନାଥ ଦାଶ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.