oom

କୋଶଳବାଦୀ ରମଣୀ ଦନ୍ତା ଓ ସୌଭାଗ୍ୟ ଦାସଙ୍କ ଗିରଫକୁ ନିନ୍ଦା କଲେ ପ୍ରଦୀପ ପୁରୋହିତ

jsmm
  • କୋଶଳ ସେନାର କର୍ମୀଙ୍କୁ ଆକ୍ରମଣ କରିଥିବା ବିଜେଡି ନେତାଙ୍କୁ ଗିରଫ କରାଯାଉ : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଖୁଣ୍ଟଲିପାଲି ଘଟଣାରେ ପୋଲିସ ଚାପର ବଶବର୍ତ୍ତୀ ହୋଇ ଏକ ପାକ୍ଷିଆ କାର୍ଯ୍ୟାନୁଷ୍ଠାନ କରି କୋଶଳବାଦୀ ରମଣୀ ଦନ୍ତା ଓ ସୌଭାଗ୍ୟ ଦାସଙ୍କ ଗିରଫ ଘଟଣାକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦୃଢ ନିନ୍ଦା କରିଛନ୍ତି । ଏକ ପ୍ରେସ ବାର୍ତ୍ତାରେ ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ଯେ, ଖୁଣ୍ଟଲିପାଲି ଗାଁରେ ବିଜେଡିର କିଛି ପ୍ରଭାବଶାଳୀ ନେତା ଏକ କଙ୍ଗାରୁ କୋର୍ଟ ଜରିଆରେ କୋଶଳବାଦୀ ନେତା ରମଣୀ ଦନ୍ତାକୁ ମାନସିକ ଚାପ ପ୍ରୟୋଗ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିବା ପାଇଁ କେଉଁ ସମ୍ବିଧାନ ସ୍ଵୀକୃତି ଦେଇଛି । ବିଜେଡିର ଏହି ତଥାକଥିତ ପ୍ରଭାବଶାଳୀ ନେତାମାନଙ୍କ ଆକ୍ରମଣରେ ଅନ୍ୟତମ କୋଶଳବାଦୀ ନେତା ଅନୀଲ ଭୁଏ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କଙ୍ଗାରୁ କୋର୍ଟ ବସାଇଥିବା ଓ ଅନୀଲ ଭୁଏଙ୍କୁ ମରଣାନ୍ତକ ଆକ୍ରମଣକାରୀଙ୍କୁ ଆଜି ଯାଏଁ ପୋଲିସ କାହିଁକି ଗିରଫ କରି ନାହିଁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ଖୁଣ୍ଟଲପାଲି ଗାଁରେ ଚାଲିଥିବା ଏକ ଅପେରା ପାର୍ଟିର ବେନର ଚିରାକୁ ନେଇ ଏଭଳି ଘଟଣା ଘଟିଥିବା ବେଳେ ଅପେରା ପାର୍ଟିର ଆୟୋଜକମାନେ ଥାନାରେ ରିପୋର୍ଟ ନକରି ନିଜେ ଆଇନକୁ କିପରି ହାତକୁ ନେଲେ ବୋଲି ଶ୍ରୀ ପୁରୋହିତ ପଚାରିବା ସହ ପୋଲିସର ଭୂମିକାକୁ ନିନ୍ଦା କରିଛନ୍ତି ।

jittmm
Leave A Reply

Your email address will not be published.