ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟାସିଂହା ଗାଁରେ ଜମିରେ ଚାଷ କାମ ସାରି ଫେରିବା ବେଳେ ବଜ୍ରପାତରେ ଟଳି ପଡ଼ିଲେ ଜଣେ ଚାଷୀ । ସେପଟେ ଆଗଲପୁର ବ୍ଲକରେ ୮ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବଲାଙ୍ଗିର ଜିଲ୍ଲାରେ ଲଘୁଚାପଜନିତ ବର୍ଷା ହୋଇଥିବା ବେଳେ ଅପରାହ୍ନରେ ସାଲେଭଟା ପାଖ କୁଟାସିଂହା ଅଞ୍ଚଳରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟ ଘଟିଛି । ମୃତକଜଣକ ହେଲେ ସୁରେନ୍ଦ୍ର ପାତ୍ର । ନିଜ ଚାଷଜମିରୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ମୃତଦେହକୁ ହସ୍ପିଟାଲ୍ ଅଣାଯାଇଥିଲା । ସେହିପରି ଆଗଲପୁର ବ୍ଲକ ବୁରୋମୁଣ୍ଡା ଗାଁରେ କ୍ଷେତରେ ଚାଷ କରିବା ସମୟରେ ବଜ୍ରାଘାତରେ ୭ ଜଣ ମହିଳା ଗୁରୁତର ହୋଇଥିଲେ । ଗାଁର ଚାଷଜମିରେ ଚାଷକାମ କରରିବା ସମୟରେ ବର୍ଷା ଘଡଘଡି ଆରମ୍ଭ ହୋଇଥିଲା । ସେହି ସମୟରେ ପାଖରେ ଥିବା ଏକ ଗଛପାଖକୁ ଯାଇ ଲୁଚିଥିଲେ ମହିଳା ମାନେ । ସେହି ସମୟରେ ହୋଇଥିଲା ବଜ୍ରାଘାତ । ଏଥିରେ ଗୁରୁତର ହୋଇଥିବା ୮ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା ।

Leave A Reply

Your email address will not be published.