csstore

ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ସୁରଥ ନାଗଙ୍କ ଗତକାଲି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହେଉଥିଲା । ତାଙ୍କର ୧୭ ବର୍ଷର ଗୋଟିଏ ପୁଅ ଏବଂ ୧୪ ବର୍ଷର ଗୋଟିଏ ଝିଅ ଅଛନ୍ତି ସେ ତରଭା ନିକଟସ୍ଥ ନର୍ଡା ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମସ୍ତ ଅମଲାମାନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଥିଲା । ସେ ଅମଲା ସଂଘର ଜଣେ ବରିଷ୍ଠ ସଭ୍ୟ ଥିଲେ ଆଜି ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ସନ୍ଧ୍ୟାରେ ଅମଲା ଭବନ ବଲାଙ୍ଗିରଠାରେ ଓଡ଼ିଶା ଅମଲା ସଂଘ ବଲାଙ୍ଗିର ଶାଖା ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକ ସଭାରେ ବୀରେନ୍ଦ୍ର ବନଛୋର, ଶତ୍ରୁଘ୍ନ ପାଣିଗ୍ରାହୀ, ଅନନ୍ତ ନାରାୟଣ ପାଣିଗ୍ରାହୀ, ଶ୍ରୀକାନ୍ତ ଦାସ, ସୁଧୀର ତ୍ରୀପାଠୀ, ସୁନିଲ ମିଶ୍ର, ଅର୍ଜୁନ ସାହୁ, ଶ୍ରିନିବାସ ମିଶ୍ର, ସୁଶାନ୍ତ ମିଶ୍ର, ରାଜେନ୍ଦ୍ର ସିଂଦେଓ, ବ୍ରଜ ମନହିରା, ମନୋରଞ୍ଜନ ଗୁରୁ, ଆଶିଷ ଆଉ ପ୍ରମୁଖ ଅମଲା ଯୋଗ ଦେଇ ସ୍ବର୍ଗତ ନାଗଙ୍କ ଉଦ୍ଧେଶ୍ୟରେ ସ୍ମୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.