jsm

ସାହିତ୍ୟ ପତ୍ରିକା ମହୁରୀ ପକ୍ଷରୁ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

csstore
  • ‘ଅମର ଜୟନ୍ତ’ କାର୍ଯ୍ୟକ୍ରମ ଆୟୋଜିତ

ଭବାନୀପାଟଣା : ବିଶ୍ୱ ସାହିତ୍ୟରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଏକ ଧ୍ରୁବ ତାରା । ତାଙ୍କର ସାହିତ୍ୟ ମାଟି ସହ ଯେତିକି ଓତଃ ପ୍ରୋତ, ଆକାଶ ସହ ସେତିକି ନିବିଡ଼ । ନିଜର ସାହିତ୍ୟ ପୃଥିବୀରେ ସେ ଅନେକ ସର୍ଜନା କରିଥିବା ସହ ବିବିଧ ପୁରସ୍କାରପ୍ରାପ୍ତ । ତେବେ ଓଡ଼ିଶା ମାଟିର ଏହି ସୁଯୋଗ୍ୟ ବରପୁତ୍ରଙ୍କ ବିୟୋଗ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ‘ଅମର ଜୟନ୍ତ’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ସ୍ଥାନୀୟ ହୋଟେଲ ଭାଗିରଥି ଇନଠାରେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରୀ’ ପକ୍ଷରୁ ଅନ୍ତର୍ଜାତୀୟ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ‘ଅମର ଜୟନ୍ତ’ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ କବିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ମହୁରୀ ସମ୍ପାଦକ ସୁକାନ୍ତ ସାହୁ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମହୁରୀର ମୁଖ୍ୟ ସମ୍ପାଦକ ଡ. ଭବାନୀ ଶଙ୍କର ନିଆଲ ଅଧ୍ୟକ୍ଷତା କରିଥିଲେ । ଜୟନ୍ତ ସାହିତ୍ୟର ଗବେଷକ ଡ. ତପନ ରଥ ଶ୍ରୀ ମହାପାତ୍ରଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ପରେ ଉପସ୍ଥିତ କବିମାନେ ଶ୍ରୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ତାଙ୍କର କିଛି କବିତାକୁ ଆବୃତ୍ତି କରାଯାଇଥିଲା । କାର୍ଯ୍ୟକ୍ରମରେ ଡ. ଉମେଶ ଚନ୍ଦ୍ର ଶତପଥୀ, ସୁଧୀର ରଞ୍ଜନ ମିଶ୍ର, ଲିଙ୍ଗରାଜ ପାତ୍ର, ବଙ୍କିମ କୁମାର ମୁଣ୍ଡ, ବିରଞ୍ଚି ନାରାୟଣ ମୁଣ୍ଡ, ଚନ୍ଦ୍ରଚୂଡ଼ ବେହେରା, ଯୁଧିଷ୍ଠିର ମୁଦୁଲି, ସଂଜୀବ କୁମାର ପଣ୍ଡା, ଡ. ଭରତ ବେହେରା, ସକିତ ରତେ, ସୁଧୀର ମେହେର, ସଂଜୀବ ମୁଣ୍ଡ, ଡିଲେଶ୍ୱର ରଣା, ବନଶ୍ରୀ ଦାଶ, ନିରୋଜ ପଟ୍ଟନାୟକ, ମହେନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ପ୍ରଧାନ, ଶ୍ରୀପତି ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.