pakka

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାରେ ପାଳନ କରାଯାଇଛି ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ । ନିଜକୁ ଶାସନ କରିବା ହିଁ ସ୍ୱାୟତ୍ତ ଶାସନ । ଏହି ଶାସନରେ ଭାଗୀଦାରିତା ପାଇଁ ଜନସାଧାରଙ୍କ ସଂପୃକ୍ତି ନିଶ୍ଚୟ । ତ୍ରିସ୍ତରୀୟ ଶାସନରେ ସ୍ୱାୟତ ଶାସନ ଅତ୍ୟନ୍ତ ଜରୁରୀ । ଆଉ ପ୍ରତ୍ୟେକ ବଲାଙ୍ଗିରବାସୀ ତାଙ୍କର ନିଜ ସଂପୃକ୍ତି ଯୋଗୁଁ ଜିଲ୍ଲା ଉନ୍ନତିରେ ଭାଗୀଦାର ହୋଇପାରିଛି । ଏଥିପାଇଁ ସମସ୍ତେ ଗର୍ବ କରିବା କଥା ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ । ଜିଲ୍ଲାପାଳ ଚଞ୍ଚଲ ରାଣା ମଧ୍ୟ ଲୋକଙ୍କ ସମସ୍ୟାର ସ୍ତର ବଦଳିଥିବାକୁ ନେଇ ବକ୍ତ୍ୟବ ରଖିଥିଲେ । ପୂର୍ବରୁ ଲୋକ ପାଣି, ରାସ୍ତା ପରି ସମସ୍ୟା କଥା କହୁଥିବା ବେଳେ ଆଜି ପାର୍କ, ଜିମ୍‌ ଆବଶ୍ୟକ ବୋଲି କହୁଛନ୍ତି; ଯାହା ସୂଚାଉଛି କି ଆମେ ବିକାଶ କରୁଛୁ । ନ୍ୟୁନତମ ଆବଶ୍ୟକତା ମିଳିବା ପରେ ଆମେ ଆମ ଆବଶ୍ୟକତାକୁ ବଦଳାଉଛୁ । ତେବେ ଜିଲ୍ଲାରେ ୬ଟି କଲ୍ୟାଣ ମଣ୍ଡପ ବାବଦରେ ୧୫ କୋଟିରୁ ଅଧିକ, ଅନେକ ପାର୍କ, ଖୋଲା ବ୍ୟୟାମଶାଳ, ଟାଉନ ହଲ ମରାମତି ବାବଦରେ ଦେଢ କୋଟି ଭଳି ପ୍ରକଳ୍ପ ପୌରପରିଷଦ ବିକାଶଶୀଳ ଏବଂ ଲୋକାଭିମୁଖୀ ବୋଲି କହିଥିଲେ । ସ୍ୱାୟତ୍ତ ଶାସନ ପାଇଁ ସେ ସମସ୍ତଙ୍କୁ ସାଧୁବାଦ ଜଣେଇବା ସହ ଆଗାମୀ ଦିନରେ କିପରି ଅଧିକ ସମସ୍ୟା ସମାଧାନ କରିବାକୁ ଗୁରୁତ୍ଵ ଦେବ ସେଥିପାଇଁ ପୌରପରିଷଦକୁ ଅଧିକ କ୍ରିୟାଶୀଳ ହେବାକୁ କହିଥିଲେ । ଏହି ଅବସରରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ୍ୟାଙ୍କୁ ସମ୍ମାନିତ କରଯାଇଥିଲା । ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପ ଯୋଗୁଁ ଆଜି ମହିଳା ତଥା ରାଜ୍ୟର ବିକାଶ ହୋଇଛି ବୋଲି କହିଥିଲେ । ସେ ସାଥୀ କର୍ପୋରେଟରଙ୍କୁ ମଧ୍ୟ ପୌର ପରିଷଦର ଉନ୍ନତି ପାଇଁ ସହଭାଗୀତାକୁ ପ୍ରଶଂସା କରିଥିଲେ । ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର ସଭା ପରିଚାଳନା କରିଥିଲେ । ସଫେଇ କର୍ମଚାରୀ, ବିଭିନ୍ନ ସ୍ବଛାସେବୀ ଅନୁଷ୍ଠାନକୁ ପୁରସ୍କୃତ କରଯାଇଥିଲା । ଶେଷରେ ସଂସ୍କୃତିକ କାର୍ୟ୍ୟକାମ ପରିବେଷଣ ହୋଇଥିଲା ।

jay balangir
Leave A Reply

Your email address will not be published.

14 + ten =

error: Content is protected !!