ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଉନ୍ନତି ଓ ଶିକ୍ଷା ଶୈକ୍ଷିକ ବାତାବରଣରେ ଉନ୍ନତି କରିବା ପାଇଁ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ନିଜ ଶକ୍ତି ଅନୁଯାୟୀ ବିଦ୍ୟାଳୟକୁ କିଛି କିଛି ଦାନ କରିବେ । ଏହି ମୋ ସ୍କୁଲ ଅଭିଯାନ ଟିଟିଲାଗଡ ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏଠାରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ କାର୍ୟ୍ୟକ୍ରମରେ ୧୯୮୯ ମାଟ୍ରିକ ବ୍ୟାଚ୍‌ର ପୁରାତନ ଛାତ୍ର ତରଫରୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଟିଟିଲାଗଡକୁ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିଛନ୍ତି ଓ ବିଭିନ୍ନ ଶିକ୍ଷା ବର୍ଷର ଛାତ୍ରଛାତ୍ରୀମାନେ ନିଜ କ୍ଷମତା ଅନୁଯାୟୀ ଦାନ କରିଛନ୍ତି ।

Leave A Reply

Your email address will not be published.