ଭୁବନେଶ୍ୱରର ବିଭିନ୍ନ ବାର୍‌ ଉପରେ କମିଶନରେଟ୍ ପୁଲିସର ଅତର୍କିତ ଚଢାଉ; ସିଲ୍‌ ହେଲା ୪ ବାର୍‌

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେଶ୍ୱରର ବିଭିନ୍ନ ବାର୍‌ରେ ଶନିବାର ରାତିରେ କମିଶନରେଟ୍‌ ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇଥିବା ସୂଚନା ମିଳିଛି । ଚଢଉ ବେଳେ କଟକ ରୋଡରେ ଥିବା ସ୍ୱାଗତ ଓ ମହାନ୍ତି ବାର ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଅଜିତ୍‌ ଓ ମେଡ୍‌ବୁଲ୍‌ ପବ୍‌କୁ ସିଲ୍‌ କରିଛି କମିଶନରେଟ୍‌ ପୋଲିସ୍‌। ବାର୍‌ରେ କେବଳ ମଦ ବିକ୍ରି ପାଇଁ ଅନୁମତି ଥିଲାବେଳେ ବାର୍‌ରେ ଗ୍ରାହକଙ୍କୁ ବସାଇ ମଦ ପରିବେଷଣ କରାଯାଉଥିବା ଜଣାପଡ଼ିଥିଲା । ତେବେ ୨୦ରୁ ଅଧିକ ବାର୍‌ ଉପରେରେ ଚଢଉ କରାଯାଇଛି। ସିଲ ହୋଇଥିବା ବାର୍‌ର ଗ୍ରାହକ ଓ ମ୍ୟାନେଜରଙ୍କଠାରୁ ୩୨,୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.