lika

ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡା ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁଦପଡା ହନୁମାନ ମନ୍ଦିର ନିକଟରେ ରେଲୱେ ଓଭର୍ ବ୍ରିଜ୍‌କୁ ସଂଯୋଗ କରୁଥିବା ରାସ୍ତା ପାଖରେ ଏକ ଅଜଣା ଚାରିଚକିଆ ଯାନ ଜଣେ ବୃଦ୍ଧାକୁ ଧକ୍କା ଦେଇ ଫେରାର ମାରିଥିବା ବେଳ ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ବୃଦ୍ଧାଙ୍କ ନାମ ହାଡ ସୁନା ଓ ତାଙ୍କ ଘର ପୁଇଁତଳା ଗାଁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ତେବେ ବୃଦ୍ଧାଙ୍କ ବୟସ ପାଖାପାଖି ୫୫ରୁ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

babaa
Leave A Reply

Your email address will not be published.