ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଜ୍ଞାନ ମିଶନ୍ ଆନୁକୂଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟଠାରେ ୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶ୍ରୀମଦ୍ ଭଗବତ ଗୀତାର ତୃତୀୟ ଅଧ୍ୟାୟ (କର୍ମଯୋଗ) ଉପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସନାତନ ବାଗ, ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା, ଶିଶୁ ମନ୍ଦିର କଦମପଡାର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ବେହେରା, ମାଧିଆପାଲି ସ୍କୁଲର ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ସ୍ୱେଚ୍ଛାସେବୀ ସରସ୍ୱତୀ ନନ୍ଦ ବି·ରକ ଭାବରେ ମଂଚାସୀନ ଥିଲେ । ଚିତ୍ତ ରଂଜନ ଷଡଙ୍ଗୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟ ସଂଚାଳିତ ହୋଇଥିଲା । ଉକ୍ତ ଗୀତ ଆବୃତ୍ତି ପ୍ରତିଯୋଗିତାରେ ପ୍ରାୟ ୮୩ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଭାଗ ଯଥା କ, ଖ, ଗ ଓ ଘର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ପରିଶେଷରେ ସଂଯୋଜକ ଶ୍ରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post