ମାଓବାଦୀଙ୍କ ବର୍ବର କାଣ୍ଡ, ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର

ନୂଆପଡ଼ା : ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଏଭଳି ଘଟଣା ଘଟିଛି । ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି ।

ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧ଟାରେ ପାଖାପାଖି ୧୫ରୁ ୨୦ ମାଓବାଦୀ ଆସି ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ଜେସିବି ପୋଡିବା ସହ ଫରେଷ୍ଟ କ୍ବାଟର ଭାଙ୍ଗି ଦେଇଛନ୍ତି । ଏବେ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ ରଙ୍ଗରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ କରିଛନ୍ତି । ପୋଷ୍ଟର ତଳେ ମେନପୁର-ନୂଆପଡ଼ା ଡିଭିଜନ ବୋଲି ଉଲ୍ଲେଖ କରିଛନ୍ତି । ଏବେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ ।

Leave A Reply

Your email address will not be published.