ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ଚଳିତ ବର୍ଷ ପାଳିତ ହେବାକୁ ଥିବା ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ଏକ ପ୍ରସ୍‌ୁତି ବୈଠକ ସ୍ଥାନୀୟ ଗେଟସରୋବରପଡା ସ୍ଥିତ ବି.ଆର.ଆମ୍ବେଦକର କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁନା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ ବହୁ ଆଡମ୍ବରରେ ପାଳନ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ଭାଇଚାର ପ୍ରତିଷ୍ଠା କରିବା ସହିତ ସମାଜକୁ ସୁସଂଗଠିତ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା । ବୈଠକରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଭାବେ ସର୍ବସମ୍ମତ କ୍ରମେ ଆଇନଜୀବୀ ତଥା ସମାଜସେବୀ ଅର୍ଜୁନ ମୁଗ୍ରୀଙ୍କୁ ମନୋନୀତ କରାଯାଇଥିବା ବେଳେ ସଂଯୋଜକ ଭାବରେ କାଉନସିଲର କିଶୋର କୁମ୍ଭାର, ଉପସଭାପତି ଭାବେ ଦ୍ରୋଣ କୁମ୍ଭାର, ସମ୍ପାଦକ ଭାବେ ସୂର୍ଯ୍ୟମଣୀ ସୁନା ଓ କୋଷାଧ୍ୟକ୍ଷ ଭାବେ ଜ୍ୟୋତିଷ ମୁଗ୍ରୀଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଭୂବନ ନାଗ, ବାସୁଦେବ ମୁଗ୍ରୀ, ବିଜୟ ଚନ୍ଦ୍ର ବାରିକ, ଦିନେଶ ନାଗ, ରଘୁନାଥ ମୁଗ୍ରୀ, ମନୋରଂଜନ କୁମ୍ଭାର, ପରୀକ୍ଷିତ କୁମ୍ଭାର, ସୁଶୀଲ ହରିପାଳ, କାର୍ତ୍ତିକେଶ୍ୱର ନାଗ ଓ ବୈଷ୍ଣବ ପାଣିିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତରଣୀସେନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.