csstore

କପସିପାଲି ଗ୍ରାମରୁ ମାଙ୍କଡକୁ ଉଦ୍ଧାର କଲା ହରିଶଙ୍କର ରେଞ୍ଜ ବନ ବିଭାଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଓଡିଆପାଲି ପଞ୍ଚାୟତର କପସିପାଲି ଗ୍ରାମରୁ ଏକ ମାଙ୍କଡକୁ ସଫଳତାର ସହ ଉଦ୍ଧାର କରିଛି ହରିଶଙ୍କର ରେଞ୍ଜ ବନ ବିଭାଗ । ମାଙ୍କଡକୁ ଜଣେ ଗ୍ରାମବାସୀ ବେଆଇନ ଭାବେ ରଖିଥିବା ବେଳେ ଗୋପନୀୟ ସୂତ୍ରରୁ ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ମାଙ୍କଡକୁ ଉଦ୍ଧାର କରିଛନ୍ତି । ବଲାଙ୍ଗିର ଡିଏଫ୍‌ଓ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ସୁନୀଲ ମିଶ୍ରଙ୍କ ନେତୃତ୍ୱରେ ଫରେଷ୍ଟର ସନ୍ଧ୍ୟାରାଣୀ ସେଠ, ଖପ୍ରାଖୋଲ ଫରେଷ୍ଟର ସୁଧୀର ଜେନା ଏବଂ କାହ୍ନା ଶତପଥୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ମାଙ୍କଡକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରାଣୀ ଚିକିତ୍ସକମାନେ ମାଙ୍କଡର ସ୍ୱାସ୍ଥ୍ୟ ଅବସ୍ଥା ନିଶ୍ଚିତ କରିବା ପରେ ଏହାକୁ ପୁନର୍ବାର ଏହାର ପ୍ରାକୃତିକ ବାସସ୍ଥାନରେ ଛାଡ଼ି ଦିଆଯିବ ବୋଲି ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.