csstore

ବିଭିନ୍ନ ଦାବୀ ନେଇ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ସ୍ନାତକ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ସ୍ୱଳ୍ପ ବେତନ ଦିଆଯାଉଛି । ତେଣୁ ରାଜ୍ୟରେ କାର୍ୟ୍ୟରତ ୪୨୨୫ ଜଣ ଯୋଗାଣ ସହାୟକଙ୍କ ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ଦାବୀ ନେଇ ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର ସ୍ଥିତ ଲୋଅର ପିଏମ୍‌ଜିଠାରେ ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦିଆଯାଇଛି । ସଙ୍ଘର ରାଜ୍ୟ ସଭାପତି ସୋଦନ ପଟେଲଙ୍କ ଆହ୍ୱାନ କ୍ରମେ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଂଘ ମଧ୍ୟ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘର ସଭାପତି ସରୋଜ ପଟେଲଙ୍କ ନେତୃତ୍ୱରେ ସୁବଳ ହନୁମାନ, ବିକାଶ ମେହେର, ସରୋଜ ବେହେରା, ମାଧବ ଭୋଇ, ଯଜ୍ଞକୁମାର ସାହୁ, ନିରୋଜ ପଧାନ ପ୍ରମୁଖ ବିଡ଼ିଓ ଆକାଶ ରଞ୍ଜନ ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.