csstore

ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ଅବସରରେ ସଙ୍ଗୀତ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହେବ । ଏହି ଅବସରରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଗୁରବାର ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାକୁ ସ୍ଥାନୀୟ ତହସିଲଦାର ଉଦ୍‌ଘାଟନ କରିଥିବା ବେଳେ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଯୋଗେନ୍ଦ୍ର ବେହେରା, ସରୋଜ ସାହୁ, ସାର୍ଥିକ ନାଏକ ବିଚାରକ ଭାବରେ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ନିବେଦିତା ସାହୁ ଓ ବନ୍ଦିତା ପ୍ରଧାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର ଆବାହକ ଚିତ୍ତରଞ୍ଜନ ସାହୁ, କ୍ଲବର ସହ ସମ୍ପାଦକ ବାଲ କିଶୋର ଖାଡଙ୍ଗାଙ୍କ ସମେତ ସରୋଜ ତ୍ରିପାଠୀ, ପଦ୍ମଲୋଚନ ସାହୁ, ବଣ୍ଟି ତ୍ରିପାଠୀ, ବିଭୂତି ଭୂଷଣ ମିଶ୍ର, ମହେନ୍ଦ୍ର ଗହୀର, ରୋଷନ ପାଣିଗ୍ରାହୀ, ସତ୍ୟ ନାରାୟଣ ପ୍ରଧାନ, ଅନ୍ତର୍ଯ୍ୟାମୀ ମିଶ୍ର, ବାଳକୃଷ୍ଣ ପୂଜାରୀ ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ । ଆସନ୍ତା ୩୧ ତାରିଖ ଦିନ ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଅପରାହ୍ନ ୫ ଘଣ୍ଟା ସମୟରେ ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ପାଳିତ ହେବ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରିତା ସାହୁ ଓ ବକ୍ତା ଭାବେ ଛାୟାକାନ୍ତ ଷଡଙ୍ଗୀ ଯୋଗଦାନ କରିବେ ବୋଲି କ୍ଲବର ସମ୍ପାଦକ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.