csstore

ଛତ୍ରପୁର ସର୍କିଟ ହାଉସରେ ମାନସ ମଙ୍ଗରାଜ ଓ ବବି ଦାସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପ୍ରଭାତରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପର୍ଯ୍ୟବେକ୍ଷକ ତଥା (ରାଜ୍ୟସଭା ସଦସ୍ୟ) ସାଂସଦ ମାନସ ମଙ୍ଗରାଜ ସଦରମହକୁମା ଛତ୍ରପୁରର ଷ୍ଟାଡିୟମ ପରିଦର୍ଶନ କରି ୫ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଳର ଭିତ୍ତିଭୂମିର ତଦାରଖ କରିଥିଲେ । ଏଥି ପୂର୍ବରୁ ପ୍ରଥମେ ଛତ୍ରପୁର ସର୍କିଟ ହାଉସରେ ପହଞ୍ଚିଥିବା ବେଳେ ସେଠାରେ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା, ଛତ୍ରପୁର ଏନ୍‌ଏ୍‌ସିର କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ, ସନ୍ତୋଷି ସେଠୀ, ବି.ନିଶ୍ଚଳା ପ୍ରମୁଖ ସାଂସଦ ମାନସ ମଙ୍ଗରାଜ, ବବି ଦାସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

jayashree
Leave A Reply

Your email address will not be published.