jayashree

ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠର ବିକାଶ ପାଇଁ ୧ କୋଟି ଟଙ୍କା ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ନିକଟ ଚାନ୍ଦିଲି ପାହାଡ଼ ଝାଡେଶ୍ୱର ବାବାଙ୍କ ପୀଠ ପାଇଁ ୧ କୋଟି ଟଙ୍କା ଅନୁମୋଦନ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରସ୍ତାବ ଅନୁଯାୟୀ ଆଜି ପର୍ଯ୍ୟଟନ ବିଭାଗର ରବୀନ୍ଦ୍ର କୁମାର ଦଳେଇ, ବ୍ଲକ ସହକାରୀ ଯନ୍ତ୍ରୀ ନରେଶ ସିଂହା, କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଆର୍ ଡବ୍ଲୁ ଏସ ଏସ ଏସଡିଓ ପ୍ରଶାନ୍ତ କୁମାର ବାଗ, କନିଷ୍ଠ ଯନ୍ତ୍ରୀ ସତ୍ୟସାରଦା ମହାନ୍ତି, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ମନ୍ଦିର କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତିରେ ଝାଡେଶ୍ୱର ମନ୍ଦିର ପରିଦର୍ଶନ କରି ଉନ୍ନତିମୂଳକ କାମ ପାଇଁ ଅଟକଳ ପାଇଁ ଆଲୋଚନା କରାଯାଇଥିଲା । ବିଦ୍ୟୁତିକରଣ, ପାନୀୟ ଜଳର ବ୍ୟବସ୍ଥା, ଗେଷ୍ଟ ହାଉସ, ମନ୍ଦିର ପ୍ରାଙ୍ଗଣ ଚାରିପଟେ ପେପର ବ୍ଲକ, ପାର୍କ, ରେଡ ସେଟ୍, ଶୌଚାଳୟ, ମେନ୍ ରୋଡରୁ କଂକ୍ରିଟ ରାସ୍ତା, ଗୁମ୍ଫା ପାଇଁ ରାସ୍ତା ଏସବୁର ଅଟକଳ ପରିମାଣ ପ୍ରାୟ ୧ କୋଟି ଦିଆଯାଇଥିବାରୁ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଭିନ୍ନ ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ଅନେକ ଥର ଉନ୍ନତିକରଣ ପାଇଁ ଦାବୀ ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.