jayashree

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ ପହଞ୍ଚିବା କୌଣସି ଦେଶ ପକ୍ଷେ ସମ୍ଭବ ହୋଇନଥିଲା । ଭାରତର ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ, ସମସ୍ତ ଭାରତୀୟଙ୍କ ମନରେ ଗର୍ବର ବିଷୟ । ବିକ୍ରମ ଲାଣ୍ଡର ଅବତରଣ କରିବା ପରେ ଭାରତ ପୃଥିବୀର ପ୍ରଥମ ଦେଶ ହେବ ଯାହା ଚନ୍ଦ୍ରର ଏହି ଭାଗରେ ଅବତରଣ କରିଛି । ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି । ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ମଧ୍ୟ ଏହି ସଫଳତା ହାସଲ କରିଛି । ଭାରତ ୧୪ ଜୁଲାଇରେ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିଥିଲା । ଏହାର ବିକ୍ରମ ଲ୍ୟାଣ୍ଡର ରୋଭର ପ୍ରଜ୍ଞାନ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ଭାରତ ମହାକାଶ ଗବେଷଣା ଇତିହାସରେ ଯୋଡ଼ି ହୋଇଯାଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ଯେଉଁ ଐତିହାସିକ ମୁହୂର୍ତ୍ତ ସାରା ବିଶ୍ୱ ଅପେକ୍ଷା କରି ରହିଥିଲା, ତାହା ଆଜି ଇସ୍ରୋ ବୈଜ୍ଞାନିକ ମାନେ ସଫଳ କରି ଦେଖାଇଛନ୍ତି । ସେଥିପାଇଁ ସାରା ଦେଶ ଉତ୍ସବ ମୁଖରିତ । ଏହି ଅଭିଯାନରେ ସାମିଲ ହୋଇଥିବା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ମେକ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.