ଚଉଷଠି ଯୋଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ଶ୍ରାବଣ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ଭୋଗ ମଣ୍ଡପଠାରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ଶ୍ରାବଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାବଣ ଉତ୍ସବ ଉପରେ କଣ୍ଠଶିଳ୍ପୀ ସୁଧାକର ସାହୁ ଓ ସାଥୀଙ୍କ ଦ୍ଵାରା ସଂଗୀତ ପରିବେଷଣ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମର ସଭାରେ ଚଉଷଠି ଯୋଗନୀ ସାହିତ୍ୟ କଳା ପରିଷଦର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡ. ଗୋବର୍ଦ୍ଧନ ସାହୁ, ମୁଖ୍ୟବକ୍ତା ଭାବେ ଲକ୍ଷ୍ମୀଧର ମାଝୀ, ପୁସ୍ତକ ସମୀକ୍ଷକ ରାଜମଣି ସାହୁ, ପରିଷଦର କୋଷାଧ୍ୟକ୍ଷ ଆନନ୍ଦ କୁମାର ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିରଞ୍ଚି ନାରାୟଣ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜ୍ୟୋତି ପ୍ରକାଶ ଗଡତ୍ୟା ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ଲକ୍ଷ୍ମୀଧର ମାଝୀଙ୍କ ରଚିତ ଚଉଷଠି ଯୋଗିନୀ ପୀଠ ରାଣୀପୁର ଝରିଆଲର ଡ. ଗୋବର୍ଦ୍ଧନ ସାହୁଙ୍କ ଦ୍ଵାରା ଇଂରାଜୀ ଅନୁବାଦ ରାଣୀପୁର୍ ଝରିଆଲ ଆଦି ଯୋଗିନୀ ପୀଠ, ଲକ୍ଷ୍ମୀଧର ମାଝୀଙ୍କ ଦ୍ଵାରା ରଚିତ ସୋମେଶ୍ୱର ଭଜନ ମାଳା ସମୀକ୍ଷା ରାଜମଣି ସାହୁ, ସେବକ ଚରଣ ଦାଶଙ୍କ ରଚିତ ଜୀବନଥୀ ସାହିତ୍ୟର ଝଲକ ସମୀକ୍ଷା ଜ୍ୟୋତି ପ୍ରକାଶ ଗଡତ୍ୟା ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଯୁଗଳ କିଶୋର ଷଡଙ୍ଗୀ, ସେବକ ଚରଣ ଦାଶ, ବିରଞ୍ଚି ନାରାୟଣ ଦାଶ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ପୀତବାସ ନାଏକ, କୃଷ୍ଣଚନ୍ଦ୍ର ରଣାଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ କବି, କବିୟତ୍ରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.