ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି ସ୍ତ୍ରୀ ଫେରାର ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ଅନ୍ତର୍ଯ୍ୟାମୀ ତାଣ୍ତିଙ୍କର ପତ୍ନୀ ସୂର୍ଯ୍ୟକାନ୍ତି ତାଣ୍ତି ପାଞ୍ଚ ବର୍ଷର ଶିଶୁ ପୁତ୍ରକୁ ଛାଡି କୁଆଡ଼େ ଚାଲି ଯାଇଛନ୍ତି ବୋଲି ସ୍ବାମୀ ଅନ୍ତର୍ଯ୍ୟାମୀ ତାଣ୍ତି ପାଇକମାଲ ଥାନାରେ ଏତଲା ଦେଇଛନ୍ତି । ଅନ୍ତର୍ଯ୍ୟାମୀ ତାଣ୍ତି ଜଣେ ବସଗାଡିର ହେଲପର ଅଟନ୍ତି । ପାଇକମାଲ ପଟରୁ ପଦ୍ମପୁରରୁ ଆସୁଥିବା ଶିଖା ବସଗାଡିରେ ତାଙ୍କ ସ୍ତ୍ରୀ ପଦ୍ମପୁରକୁ ଆସି କୁଆଡେ ଚାଲି ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଏ ପଟରେ ଅନ୍ତର୍ଯ୍ୟାମୀଙ୍କର ସାନ ଭଉଣୀ ମୋ’ ସ୍ବାମୀ ଓ ମୁଁ ମୋ ବଡଭାଇ ଅନ୍ତର୍ଯ୍ୟାମୀ ଘରେ ଦୁଇ ମାସ ହେଲା ରହି ଆସୁଥିଲୁଁ । ମୋ ସ୍ୱାମୀ ରାଜେଶ ଲୁହାର ମୋର ସଙ୍ଗେ ଗଣ୍ଡଗୋଳ କରି ତାଙ୍କ ଗ୍ରାମ ମୁଣ୍ତୋମହୁଲରେ ରହୁଥିଲେ । ସେ ମୋ ଭାଉଜ ସଙ୍ଗରେ କୁଆଡେ ଚାଲି ଯାଇଥିବାର ସନ୍ଦେହ କରାଯାଉଛି ବୋଲି ବାସନ୍ତୀ ଲୁହାର ପାଇକମାଲ ଥାନାରେ ଅଭିଯୋଗ କରି ଏହାର ବିହିତ ତଦନ୍ତ ପୂର୍ବକ କଠୋର ଦଣ୍ଡବିଧାନ କରିବା ପାଇଁ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!