ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିମିନିଭାଟିପଡା ସ୍ଥିତ ଶାସ୍ତ୍ରୀ କ୍ଲବଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ୧୦୨ ଜଣଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୩୦-୩୨ ଜଣଙ୍କ ମାଗଣାରେ ଅସ୍ତ୍ରୋପଚାର ପାଇଁ ମଧ୍ୟ ସୁବିଧା ହୋଇଥିଲା ଏବଂ ସେଥିମଧ୍ୟରୁ ୪ ଜଣ ସେହି ସମୟରେ ହିଁ ଅସ୍ତ୍ରୋପଚାର ପାଇଁ ସାଙ୍ଗରେ ଯିବାକୁ ରାଜି ହୋଇଥିଲେ । ବାକିମାନଙ୍କୁ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଶିବିର ସମୟରେ ସୋମନାଥ ମିଶ୍ର, ବିନୋଦ କାଲସାଏ, ସୁମେଶ ଡାଙ୍ଗ, ବିକାଶ ସା ଆସି ଉତ୍ସାହିତ କରିଥିବାରୁ ତାଙ୍କୁ ନାରୀ ଶକ୍ତି ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଛି । କାଉନସିଲର ଶ୍ରୀମତୀ ପିଙ୍କି କବାଟ ମଧ୍ୟ ଯୋଗଦେଇ ଉତ୍ସାହିତ କରିଥିଲେ । ଶିବିରରେ ଶମ୍ଭୁ ନାଗ, ସୁବ୍ରତ ଖଣ୍ଡୁଆଲ ଏବଂ ଶ୍ୱେତପର୍ଣ୍ଣା ପଟନାୟକ ସାହାଯ୍ୟ କରିଥିବା ବେଳେ ସଂଗଠନର ସରିତା ଦାଶ, ପ୍ରିୟଙ୍କା ତ୍ରିପାଠୀ, ମମତା ଜେନା, ଜଗଦମ୍ବା ନାଏକ, ଅଙ୍କିତା ମହାନ୍ତି, ନୂତନ ସେନ୍ଦ୍ରିଆ, ଶ୍ରାବଣୀ ମେହେର ଏବଂ ନୂତନ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ । ମହାନଦୀ ନେତ୍ର ଚିକିତ୍ସାଳୟରୁ ଆସିଥିବା ସମସ୍ତ କର୍ମଚାରୀମାନଙ୍କୁ ବିଶେଷ କରି ସୁଜିତ୍ ଥାପାଙ୍କୁ ନାରୀ ଶକ୍ତି ସଂଗଠନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ଏବଂ ଆଗକୁ ମଧ୍ୟ ଏହିପରି ସେବା କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.