jsm

ବିଭିନ୍ନ ଦାବୀ ନେଇ କଂଗ୍ରେସର ଆଗଲପୁର ବ୍ଲକ ଘେରାଉ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବୀକୁ ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି । ଆଗଲପୁର ବ୍ଲକର ଶହ ଶହ କର୍ମୀ ଏକ ଶୋଭାଯାତ୍ରାରେ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ହେଉଥିବା ବ୍ୟାପକ ପିସି କାରବାର, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କଂପାନିର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ହେଉଥିବା ଦୁର୍ନୀତି କୁ ରୋକିବା ଆଦି ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ଦେବା ସମୟରେ ବ୍ଲକ କଂଗ୍ରେସ ସଭାପତି ଚିନ୍ତାମଣି ଭୋଇ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗଣେଶ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋହନ ପଟେଲ, ଅଶୋକ ପଟେଲ, ସୁଜିତ ସାହୁ, ମଧୁ ପଧାନ, ପଂଚା ସାହୁ, ତପନ ସାହୁ, ଉମାକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.