ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦୀପ ଧନକରଙ୍କ ଚେତାବନୀ : ଯଦି ମୁଖ୍ୟମନ୍ତ୍ରୀ ନିଜ ରାସ୍ତାରୁ ବିଚ୍ୟୁତ ହୁଅନ୍ତି, ତେବେ ମୋର ଦାୟି‌ତ୍ୱ ଆରମ୍ଭ ହେବ

କୋଲକାତା : ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡାଙ୍କ ଉପରେ ହୋଇଥିବା ଆକ୍ରମଣର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ପାଳନ କରିବାକୁ ପଡିବ । ସେ ସମ୍ବିଧାନ ବାଟରୁ ଓହରି ପାରିବେ ନାହିଁ । ଦୀର୍ଘ ଦିନ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ଗତକାଲି ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଜ୍ଝ ସେଗୁଡ଼ିକ ଆମର ଗଣତାନ୍ତ୍ରିକ ଉପରେ ଏକ କଳଙ୍‌ଙ୍କ ବୋଲି ସେ କହିଛନ୍‌ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁରୁବାର ରାଜ୍ୟପାଳ ଜଗଦୀପ ଧନଖର ଚେତାବନୀ ଦେଇ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନ ଦ୍ୱାରା ଧାର୍ୟ୍ୟ ପଥରୁ ବିଚ୍ୟୁତ ହୁଅନ୍ତି, ତେବେ ମୋର ରାଜ୍ୟପାଳ ଦାୟି‌ତ୍ୱ ଆରମ୍ଭ ହେବ । ରାଜ୍ୟପାଳ ଜଗଦୀପ ଧନଖର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତର ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବ୍ୟବସ୍ଥା​​ବିରୁଦ୍ଧରେ କାର୍ୟ୍ୟ ନକରିବାକୁ ଅନୁରୋଧ କରିଛନ୍ତି । ସେ ଆଶା କରୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କୁ ଧ୍ୟାନ ଦେବେ ।

ଗୁରୁବାର ଦିନ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍‌ଡାଙ୍କ କନଭେନ ଉପରେ ଆକ୍ରମଣ କରାଯାଇଥିଲା ଏବଂ ସେହି ଆକ୍ରମଣରେ ବିଜେପି ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ ଆହତ ମଧ୍ୟ ହୋଇଥିଲେ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ରାଜ୍ୟପାଳ କହିଛନ୍ତି ଯେ, ଗତକାଲି ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହି ଘଟଣା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଦୋଷ ।

ରାଜ୍ୟପାଳ କହିଛନ୍ତି ଯେ, ଯଦି ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଛନ୍ତି, ତେବେ ତାଙ୍କ ପକ୍ଷରୁ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବାହାର ଲୋକଙ୍କ ଉପରେ ମମତା ବାନାର୍ଜୀଙ୍କ ବିବୃତ୍ତି ଉପରେ ରାଜ୍ୟପାଳ ମଧ୍ୟ ଆପତ୍ତି କରିଛନ୍ତି ।

Leave A Reply

Your email address will not be published.