ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭାପୁର : ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କରବର ପଞ୍ଚାୟତ ଗୁଡୁପଡା ଗ୍ରାମର ଧନେଶ୍ଵର ବେହେରାଙ୍କ ଏକମାତ୍ର ପୁଅ କହ୍ନେଇ ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କହ୍ନେଇ ବେହେରା ଡ୍ରାଇଭର ଭାବେ କାମ କରନ୍ତି । କଟକରୁ ଜଣେ ମାଲିକର ଟ୍ରକ୍ ନେଇ ଗୁରୁବାର ରାତିରେ ଗଞ୍ଜାମ ଯାଇଥିଲେ । ସେଠାରେ ରାସ୍ତା କଡ଼ରେ ଗାଡ଼ି ରଖି ପାଣି ବୋତଲ ଆଣିବାକୁ ଯାଇଥିଲେ । ପାଣି ବୋତଲ ଧରି ଗାଡ଼ିକୁ ଆସୁଥିବା ସମୟରେ ଦ୍ରୁତ ଗତିରେ ଏକ ଆଇଚର ଟ୍ରକ୍ ନପ୍ସ ଓଡି ୦୨ସିଏଫ୪୦୪୮ ଆସି କହ୍ନେଇଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ କହ୍ନେଇଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଗଞ୍ଜାମ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସପ୍ସଘର ଡ୍ରାଇଭର ଘଟଣାସ୍ଥଳରେ ପହଞ୍ଚି କହ୍ନେଇଙ୍କୁ ଛତ୍ରପୁର ମେଡିକାଲରେ ନେଇ ଭର୍ତ୍ତି କରିଥିଲେ ।

ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସପ୍ସଘ , ଭାପୁର ଡ୍ରାଇଭର ମହାସପ୍ସଘ ଓ ଗୁଡୁପଡା ଗ୍ରାମର କିଛି ସମ୍ପର୍କୀୟ ଛତ୍ରପୁର ମେଡିକାଲକୁ ଯାଉଥିବା ସୂଚନା ମିଳିଛି । ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବାପା ମାଆ ଭାଙ୍ଗି ପଡିଛନ୍ତି । ଗୁଡୁପଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.