oom

ପୌରାଞ୍ଚଳ ଆଦିବାସୀ ସମାଜ ଆନୁକୂଲ୍ୟରେ ୨୯ତମ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ପୌରାଞ୍ଚଳ ଆଦିବାସୀ ସମାଜ ଆନୁକୂଲ୍ୟରେ ୨୯ତମ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତି ଶକ୍ତି, ପୂର୍ବ ପୁରୁଷଙ୍କୁ ପୂଜା ସେବା ମାତୃଶକ୍ତିମାନଙ୍କ ଦ୍ୱାର ସମ୍ପନ୍ନ ହୋଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସୁରେନ୍ଦ୍ର ଭୋଇଙ୍କ ଦ୍ୱାରା ପରିଚାଳିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଶାସନ ସଚିବ ପୁରନ୍ଦର ଧାରୁଆ, କଳାହାଣ୍ଡି କୋଷାଧିକାରୀ ପ୍ରଦୀପ କୁମାର ମଲ୍ଲିକ, ପୌରାଞ୍ଚଳ ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ଭୁବନ ନାଏକ, ମିନକେତନ ମାଝୀ, ସନ୍ଧ୍ୟାରାଣୀ ମାଝୀ, ଗାୟିତ୍ରୀ କୁମୁରା, ଗଣେଶ ମାଝୀ, ଆଦିବାସୀ ଇତିହାସ, ସଂସ୍କୃତି, ପରମ୍ପରା, ଭାଷାକୁ ଜାଣିବା ଓ ବଞ୍ଚାଇ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ବିଶ୍ୱ ଆଦିବାସୀ ଦିବସକୁ ସରକାର ଛୁଟି ଦିବସ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତେ ଦାବୀ କରିଥିଲେ । ସଂଯୁକ୍ତ ରାଷ୍ଟ୍ର ସଙ୍ଘ ଏହି ବର୍ଷର ବାର୍ତ୍ତା : “ଆତ୍ମ – ନିର୍ଣ୍ଣୟ ପାଇଁ ପରିବର୍ତ୍ତନ ଏଜେଣ୍ଟ ଯୁବ ଆଦିବାସୀ” ରଖିଛନ୍ତି । ଏହି ବାର୍ତ୍ତାର ମହତ୍ୱ ଓ ଗୁରୁତ୍ୱକୁ ଅବଗତ କରାଯାଇ ତାର ବିଭିନ୍ନ ଦିଗକୁ ଆଲୋଚନା କରାଯାଇ ଥିଲା । ସାମୁହିକ ନୃତ୍ୟ ସହିତ ବାଳିକାମାନଙ୍କ ଦ୍ୱାରା ପରିବେଷଣ ରେକଡ଼ ଡ୍ୟାନ୍ସକୁ ସମସ୍ତେ ଉପଭୋଗ କରିଥିଲେ । ଦିବସକୁ ସଫଳ କରବାରେ ରାଜକୁମାର ଶବର, କ୍ଷୀରୋଦ କୁମାର ନାଗ, ନୃପ ଭୋଇ, ଦଇତ ଧରୁଆ, ରାମ ମଲ୍ଲିକ, କୁଷ୍ଠ ଧରୁଆ, ସୁଦାମ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.